AD

Govt planning is ineffective Life is spent in a cage || ସରକାରୀ ଯୋଜନା ବାଟବଣା ଗୁହାଳରେ ବିତୁଛି ଜୀବନ

 



ଵାସଗୃହ ଅଭାବରୁ ଗୁହାଳରେ ରହୁଛନ୍ତି ଗାଈଗୋରୁଙ୍କ ସହ ମଣିଷ। ଯେମିତି  ସରକାରଙ୍କ ଯୋଜନାରୁ ବାଦ୍ ପଡିଯାଇଛନ୍ତିଏଇ  ଗରିବ ହିତାଧିକାରୀ। ବର୍ଷ ବର୍ଷ ଧରି ଅଭିଯୋଗ ପରେ ବି ମୁଣ୍ଡ ଗୁଞ୍ଜିବାକୁ ତାଙ୍କୁ  ମିଳିଲାନି ଗୋଟେ ପକ୍କା ଘର। ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଦାଳ ପୋଖରୀ ପଞ୍ଚାୟତ ଭିଇଁପୁର ଗାଁରୁ।

ଗୋଟାଏ ଗୁହାଳରେ ଗାଈ ଵାଛୁରୀ ସହିତ ସ୍ତ୍ରୀ ପିଲା ଛୁଆଙ୍କୁ ଧରି ରହୁଛନ୍ତି ଅଭିରାମ ପରିଡ଼ା। ଦୀର୍ଘ ଧରି ରହୁଛନ୍ତି ମାଟି କୁଡିଆ ଘରେ। ଖଟିଲେ ଖାଇବେ। ଅଭାବ ଅନାଟନ ମଧ୍ୟରେ ଉପାସ ରହୁଛନ୍ତି ପରିଵାର। ଗୋଟେ ଗୁହାଳରେ ପୁଅ,ଝିଅ  ସ୍ତ୍ରୀ ପିଲା ଛୁଆଙ୍କୁ ଧରି ରହୁଛନ୍ତି ପରିଵାର। ଗାଈ ଗୋରୁଙ୍କ ଝାଡ଼ା ପରିସ୍ରା ପଡୁଥିଲେ ମଧ୍ୟ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି ଏହି ପରିବାର। ମାସକୁ କେବଳ ସରକାରୀ ସହାୟତା କହିଲେ ୨୦ କେ.ଜି.ର ରାସନ୍ ଚାଉଳ ।

ଅର୍ଥ ଅଭାବରୁ ପିଲା ଛୁଆଙ୍କୁ ପାଠ ପଢ଼ିବାକୁ ଚାହୁଁ ଥିଲେ ମଧ୍ୟ ଅକ୍ଷମ ହୋଇ ପଡିଛନ୍ତି ଅଭିରାମ ।  ଅଭିରାମଙ୍କ ବାପା ଏଵଂ ମା ଵଞ୍ଚିଥିଲା ବେଳେ କୋଠାଘର ଦେଖି ପାରିଲେନି ‌। ବାପା ଓ ମାଆଙ୍କ ମୃତ୍ୟୁ ପରେ ଅଭିରାମ ମଧ୍ୟ କୋଠାଘରରୁ  ବଞ୍ଚିତ ହୋଇଛନ୍ତି l

ସରକାରଙ୍କ ଯୋଜନା ଯେମିତି ଅସହାୟ ଗରିବ ପରିବାରଙ୍କ ପାଇଁ ଏଠି ସାତ ସପନ । କୋଠାଘରେ ରହୁଥିବା ଧନୀ ଲୋକ  ପାଉଛନ୍ତି ଘର । କିନ୍ତୁ ଗରିଵ ହିତାଧିକାରୀ ବାଦ୍ ପଡୁଛନ୍ତି ସରକାରୀ ଯୋଜନାରୁ …

Post a Comment

0 Comments