AD

Government papers are floating in the water || ପାଣିରେ ଭାସୁଛି ସରକାରୀ କାଗଜପତ୍ର



ପାଣିରେ ଭାସୁଛି ସରକାରୀ କାଗଜପତ୍ର । ଦେବଗଡ ସହର ଉପକଣ୍ଠରେ ଥିବା ବାଳିଆପିଟା ନାଳ ଉପରେ ଥିବା ପୋଲ ତଳେ ବୁଧବାର  ହଜାର ହଜାର ସଂଖ୍ୟାରେ ସରକାରୀ କାଗଜପତ୍ର ପଡିଥିବା ଦେଖିବାକୁ ମିଳିଛି । ସେହି ରାସ୍ତା ଦେଇ ଯାଉଥିବା ପଥଚାରୀ ମାନେ ଏତେ ସଂଖ୍ୟାରେ  ସରକାରୀ କାଗଜପତ୍ର ପଡିଥିବା  ଦେଖି ଗଣମାଧ୍ୟମ ପ୍ରତିନିଧି ଙ୍କୁ ଖବର ଦେଇଥିଲେ । ପାଣିରେ ପଡିଥିବା ସରକାରୀ କାଗଜପତ୍ର ଗୁଡିକ ଶ୍ରମ ବିଭାଗ ର ବୋଲି ଜଣାପଡିଛି । ଏହା ଶ୍ରମ ବିଭାଗ ର ବିଭିନ୍ନ ଯୋଜନା ପାଇଁ ହିତାଧିକାରୀ ମାନେ କରିଥିବା ଆବେଦନ ପତ୍ର ବୋଲି ଜଣାପଡିଛି ।

 ଏଭଳି କାଗଜପତ୍ର କେଉଁ ପରିସ୍ଥିତିରେ କଣ ପାଇଁ  ଆଣି ନାଳରେ ପାଣି ମଧ୍ୟରେ ପକାଯାଇଛି ତାହା ଜଣାପଡିନାହିଁ । ସେହିପରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ବିଭିନ୍ନ ସମୟରେ ଦୂର୍ନୀତି ହୋଇଥିବା ନେଇ ଅଭିଯୋଗ ହେଉଥିବା ବେଳେ ଏହାକୁ ଲୁଚାଇବା ପାଇଁ ଏଭଳି କାର୍ଯ୍ୟ କରାଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଜନସାଧାରଣ ଦାବି କରିଛନ୍ତି ।


Post a Comment

0 Comments