AD

Flower-Vegetable Exhibition || ଫୁଲ - ପନିପରିବା ପ୍ରଦର୍ଶନୀ

 


ପାରାଦୀପ ବନ୍ଦରର ପରିବେଶ ଓ ନଗର ରକ୍ଷଣାବେକ୍ଷଣ ବିଭାଗ ପକ୍ଷରୁ ୩୮ତମ ପୁଷ୍ପ ପ୍ରଦର୍ଶନୀ  ଅନୁଷ୍ଠିତ ହୋଇଯାଇଛି । ଏହି ପୁଷ୍ପ ପ୍ରଦର୍ଶନୀକୁ ପାରାଦୀପ ବନ୍ଦର ଅଧ୍ୟକ୍ଷ ପିଏଲ୍ ହରନାଦ ଉଦଘାଟନ କରିଥିଲେ । ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ଫୁଲ ଓ ପନିପରିବା ପ୍ରଦର୍ଶିତ ହୋଇଥିଲା । ପାରାଦୀପ ବନ୍ଦର ତଥା ବିଭିନ୍ନ କମ୍ପାନୀ ଅଧିକାରୀ ଓ କର୍ମଚାରୀ ମାନେ ନିଜ ବଗିଚାରୁ ଫୁଲ ଓ ପନିପରିବା ନେଇ ପ୍ରଦର୍ଶନୀକୁ ଆସିଥିଲେ । ଏଥିରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ । ଡାଲିଆ , ମେରିଗୋଲ୍ଡ , ଗେଣ୍ଡୁ ,ଆଷ୍ଟର , ପେଟୁନିଆ , ଫ୍ଲକ୍ସ , ସାଲଭିଆ , ଗୋଲାପ , ଜିନିଆ , ଭଳି ଫୁଲ ସହିତ ବିମ୍ , କଦଳୀ , ବନ୍ଧାକୋବି , ଫୁଲକୋବି , ବାଇଗଣ , ଟମାଟୋ , ଅମୃତଭଣ୍ଡା ଓ କଲରା ଭଳି ବିଭିନ୍ନ ପ୍ରକାର ପନିପରିବା ଦେଖି ଦର୍ଶକ ବେଶ୍ ଆମୋଦିତ ହୋଇଥିଲେ ।

ବିଭିନ୍ନ ବଗିଚାରେ କାମକରୁଥିବା ମାଳୀ ଓ ଗୃହିଣୀମାନଙ୍କୁ ଫୁଲ ଗଛ ଲଗାଇବା ଓ ପନି ପରିବା ଚାଷ କରିବା ପାଇଁ ଉତ୍ସାହିତ କରିବା ଏହି ପ୍ରଦର୍ଶନୀର ମୁଖ୍ୟ ଲକ୍ଷ୍ୟ ରହିଛି । ପ୍ଲାଷ୍ଟିକ୍ ଫୁଲକୁ ବର୍ଜନ କରିବା… ନିଜ ବାରିରେ ରସାୟନିକ ସାର ବ୍ୟବହାର ନ କରି ନିଜ ଉଦ୍ୟମରେ ବିଭିନ୍ନ ପନିପରିବା ଚାଷ କରିବା ପାଇଁ ବନ୍ଦର ପକ୍ଷରୁ ଏହି ପ୍ରୟାସ ମଧ୍ୟ କରାଯାଉଛି। ଏହାଦ୍ବାରା ପରିବେଶ ସୁରକ୍ଷିତ ହେବା ସହ ଲୋକମାନଙ୍କୁ ସଚେତନ କରାଇବା ଏହାର ଲକ୍ଷ୍ୟ ବୋଲି ଆୟୋଜକ କହିଛନ୍ତି । ଚଳିତ ବର୍ଷ ଏହି ପ୍ରଦର୍ଶନୀରେ ଅଧିକ ସଂଖ୍ୟାରେ ଗୃହିଣୀମାନେ ଭାଗ ନେଇଥିଲେ । ଏହି ପ୍ରଦର୍ଶନୀରେ ବିଚାରକମାନେ ଭଲଫୁଲ ଓ ପନିପରିବା ଚାଷ କରିଥିବା ପ୍ରତିଯୋଗୀଙ୍କୁ ଚୟନ କରିଥିଲେ।

ପ୍ରତିବର୍ଷ ଏହି ପୁଷ୍ପ ପ୍ରଦର୍ଶନୀ ଆୟୋଜନ ହେଉଥିବାରୁ ନିଜ ଘରେ ବଗିଚା ସୃଷ୍ଟି କରିବାର ଆଗ୍ରହ ପ୍ରାୟ ସମସ୍ତଙ୍କ ମନରେ ସୃଷ୍ଟି ହେଉଛି ।  ଏଥିପାଇଁ ସେମାନେ ପ୍ରାୟ ୨ରୁ ୩ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ଚଳିତବର୍ଷ ଏହି ପୁଷ୍ପ ପ୍ରଦର୍ଶନୀକୁ ଆମନ୍ତ୍ରିତ ଅତିଥିଙ୍କ ସହ ପାରାଦୀପବାସୀ ଉପଭୋଗ କରିଥିଲେ ।

Post a Comment

0 Comments