AD

fell into the hole pregnant cow || ଗାତରେ ପଡ଼ିଗଲା ଗର୍ଭିଣୀ ଗାଈ

 


ତିରିଶି ଫୁଟ ଗାତରୁ ଗର୍ଭଣୀ ଗାଈ ଉଦ୍ଧାର l ରାସ୍ତାରେ ବୁଲୁଥିବା ଗାଈଟି ହଠାତ ତିରିଶି ଫୁଟ ଗାତକୁ ଖସିପଡିଥିଲା  l ଦୀର୍ଘ ସମୟ ଧରି ଗାତରେ ଫସି ଜୀବନ ବିକଳରେ ଛଟପଟ ହେଉଥିଲା  l ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଗାଈକୁ ରଶି ଯୋଗେ ଗାଈଟିକୁ ଉପରକୁ ଆଣିବାରେ ସଫଳ ହୋଇଥିଲେ 

 ପ୍ରାୟ ୨ ଘଣ୍ଟା କାଳ ପରିଶ୍ରମ ପରେ ଗାଈଟି ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲା  l କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ଘଟିଛି ଏଭଳି ଘଟଣା l ସୁଶାନ୍ତ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କ ଗର୍ଭିଣୀ ଗାଈଟି ରାସ୍ତାକଡରେ ବୁଲୁଥିଲା । ହେଲେ ରାସ୍ତାକଡରେ ନୂତନ ଭାବେ ଖୋଳାଯାଇଥିବା ପାଇଖାନା ଗାତରେ  ଖସିପଡିଥିଲା । ପ୍ରାଥମିକ ଚିକିତ୍ସା ପରେ ଗାଈଟି ସୁସ୍ଥ ଥିବା ଜଣାପଡିଛି।

Post a Comment

0 Comments