AD

Elephants entered the village ଗାଁ ଭିତରେ ପଶିଗଲେ ହାତୀପଲ

 


କଳାହାଣ୍ଡି ବଲାଙ୍ଗୀର ସୀମାବର୍ତ୍ତୀ ଅଞ୍ଚଳରେ ଗାଁ ଭିତରକୁ ପଶି ଆସିଲେ ହାତୀପଲ । ଭୟଭୀତ ଅବସ୍ଥାରେ ଗ୍ରାମବାସୀ । କଳାହାଣ୍ଡି ଏବଂ ବଲାଙ୍ଗୀର ଜିଲ୍ଲା ର ସୀମା ରେ ଥିବା ତୁର୍ଲାଖମାନ ଏବଂ ବିଜଖମାନ ଗାଁ ଭିତରକୁ ଗତକାଲି ଏକ ହାତୀପଲ ପଶି ଆସିଥିଲା । 16  ଟିକିଆ ଏହି ହାତୀପଲ ଟି ବିଳମ୍ବିତ ରାତି ରେ ଗାଁକୁ ଆସିଥିବା ବେଳେ ସକାଳ ପର୍ଯ୍ୟନ୍ତ ସେହି ଗାଁ ରେ ଥିବା ଚାଷ ଜମି ମାନଙ୍କରେ ଥିବା ଅନେକ ଚାଷ ଖାଇ ନଷ୍ଟ କରିଦେଇଛି । ଗାଁ ଲୋକେ ଏହା ଦେଖି ହାତୀପଲ  କୁ ଘଉଡାଇବା ପାଇଁ ଚେଷ୍ଟା କରିଥିବା ବେଳେ ବିଫଳ ହେଇଥିଲେ । 

  ଏହା ପରେ ସେମାନେ ବନବିଭାଗ କୁ ଖବର ଦେବା ପରେ ବନବିଭାଗ କର୍ମଚାରୀ ମାନେ ଆସି ହାତୀପଲ ଟିକୁ ନିକଟସ୍ଥ ଜଙ୍ଗଲ ଆଡକୁ ଘଉଡ଼ାଇ ଦେଇଥିଲେ । ହାତୀ ମାନଙ୍କର କିଛି କ୍ଷତି ନହେବାପାଇଁ ଗତକାଲି ରାତି ଠୁ ସେହି ଅଞ୍ଚଳରେ ବିଦ୍ୟୁତ ସରାବରାହ ବନ୍ଦ କରି ଦିଆଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଗ୍ରାମବାସୀ ଅନ୍ଧାର ରେ ରହିଥିବା ସୂଚନା ।  ଗାଁ ଭିତରକୁ ହାତୀ ପଶି ଆସିଥିବା ଦେଖି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବାବେଳେ ଅମଳ ହେଇଥିବା ଚାଷ ନଷ୍ଟ ହେଇଯିବାରୁ ଚିନ୍ତାରେ ପଡିଛନ୍ତି ।

Post a Comment

0 Comments