AD

Elephant terror || ଗାଁ ଲୋକଙ୍କୁ ଡରାଇ ଦେଇଛି ଗୋଠଛଡ଼ା ଦନ୍ତା

 


ଗାଁ ନିକଟରେ ଗୋଠଛଡା ଦନ୍ତା,  ଲୋକେ ଆତଙ୍କିତ । ଆନନ୍ଦପୁର ଉପଖଣ୍ଡ ସୋସୋ ଅଞ୍ଚଳରେ ୨ଦିନ ଧରି  ଏକ ଦନ୍ତା ହାତୀର ଉପସ୍ଥିତ ନେଇ ଗାଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି । ନିକଟରେ ଥିବା ହଦଗଡ ହସ୍ତୀ  ଅଭୟାରଣ୍ୟରୁ ଖସିଆସି ହାତୀ ଟି ସୋସୋ ଥାନା ବଘୁଆ,  ମର୍ଚିପଦା ଓ ସୋସୋ  ଗାଁ ନିକଟ ଆମ୍ବତୋଟାରେ ରହୁଛି  

   ହାତୀ କାଳେ ଜନବସତି ମୁହାଁ ହେବ ତାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ତେବେ ହାତୀର ଗତିବିଧି ଉପରେ ବନବିଭାଗର ଗୋଟିଏ ଟିମ୍ ନଜର ରଖିଛି । ତେବେ ହାତୀ ସହ କେହି ନଲାଗିବାକୁ ବନବିଭାଗ ତରଫରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି

Post a Comment

0 Comments