AD

ସ୍ବାମୀଙ୍କୁ ମୁଖାଗ୍ନୀ ଦେଲେ ସ୍ତ୍ରୀ

 



ସ୍ବାମୀ ଙ୍କ ଦେହାନ୍ତ ପରେ ସ୍ଵାମୀ କୁ ମୁଖାଗ୍ନି ଦେଲେ ସ୍ତ୍ରୀ। ସବୁ ସଂପର୍କୀୟ ମାନେ ଥାଇ ମଧ୍ୟ ସମସ୍ତେ ସମ୍ପତ୍ତି ଲୋଭ ରେ ପର କରିଦେଲେ। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ସ୍ୱର୍ଗଧାମ ମହା ଶ୍ମଶାନ ରେ । ସମ୍ପତ୍ତି ପାଇଁ ଶ୍ମଶାନ ରେ ମଧ୍ୟ ପରିବାର ଲୋକେ ଝଗଡ଼ା କରୁଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ତ୍ରୀ । ସେହିଭଳି ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପଡୋଶୀ।

କଥାରେ ଅଛି ଯେତେ ବଡ ଶତ୍ରୁ ହୋଇଥାଉ ନା କାହିଁକି ଅସମୟ ବେଳେ ଠିଆ ହେବା ହିଁ ମଣିଷ ପଣିଆ। ହେଲେ ଆଜିର ମଣିଷ ଏହାର ସଂପୂର୍ଣ୍ଣ ବିପରୀତ ଦିଗରେ ଗତି କରିବାରେ ଲାଗିଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ସ୍ୱର୍ଗଧାମ୍ ମହା ଶ୍ମଶାନରେ। କଟକ ମାଛୁଆ ବଜାର ଅଞ୍ଚଳର ୬୬ ବର୍ଷୀୟ କିଶୋର କୁମାର ଭଗତ ଓ ତାଙ୍କ ପତ୍ନୀ ୫୭ ବର୍ଷୀୟ ସୁନୀତା ରାଣୀ ଭଗତ ପୂର୍ବରୁ ନିଃସନ୍ତାନ। ସମ୍ପତ୍ତି ପାଇଁ କିଶୋର ତାଙ୍କର ଭାଇ ମାନଙ୍କ ମଧ୍ୟରେ ସବୁବେଳେ ଗଙ୍ଗଗୋଳ ଲାଗୁଥିବା ବେଳେ ସେ ଅନ୍ୟତ୍ର ଆସି ପତ୍ନୀ ଙ୍କ ସହ ରହନ୍ତି। କିଶୋର ଜଣେ ବ୍ୟବସାୟୀ ଓ ତାଙ୍କର ପତ୍ନୀ ଜଣେ ଅଧ୍ୟାପିକା।ହେଲେ ଶାରୀରିକ ଅସୁସ୍ଥତା କାରଣରୁ ସେ କିଛି ଦିନ ତଳେ କିଶୋର ମେଡିକାଲ୍ ରେ ଭର୍ତ୍ତି ହୋଇଥିଲ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ତାଙ୍କର ଦେହାନ୍ତ ହୋଇଯାଇଥିଲା। ଅନ୍ତିମ ସଂସ୍କାର ପାଇଁ କଟକ ଖାନ ନଗର ସ୍ୱର୍ଗଧାମ ମହା ଶ୍ମଶାନରେ ଅନ୍ତିମ ସଂସ୍କାର କରିବା ପାଇଁ ଅଣାଯାଇଥିଲା। 

   ଏହି ସମୟରେ ମୃତକ କିଶୋର ଙ୍କ ପରିବାର ଲୋକେ ଆସି ଝଗଡ଼ା କରିଥିଲେ । ଏମିତିକି ତାଙ୍କର କୌଣସି ସଂପର୍କୀୟ ଅନ୍ତିମ ସଂସ୍କାର କରାଇ ଦେବାକୁ ମନା କରିଥିଲେ। ଶେଷରେ ଉପାୟ ଶୂନ୍ୟ ହୋଇ ମହିଳା ହୋଇ ମଧ୍ୟ ସ୍ବାମୀଙ୍କୁ ମୁଖାଗ୍ନୀ ଦେଲେ ସ୍ତ୍ରୀ ସୁନୀତା। ଏମିତିକି ତାଙ୍କ ପରିବାର ଲୋକ ତାଙ୍କୁ ଧମକ ଦେଇଥିବା ଅଭିଯୋଗ ମଧ୍ୟ କରିଛନ୍ତି ମୃତକଙ୍କ ପତ୍ନୀ ସୁନୀତା।

କିଶୋର ଅସୁସ୍ଥ ଥିବା ସମୟରେ ପରିବାର ଲୋକେ କେହି ବି ସହଯୋଗ କରିନଥିଲେ ଚିକିତ୍ସା ବେଳେ। କେବଳ କିଛି ଜଣ ପାଖ ପଡିଶା ସହଯୋଗ କରିଥିଲେ। ଏମିତି କି ଅନ୍ତିମ ସଂସ୍କାର ସମୟରେ ମଧ୍ୟ ସେହି ପାଖ ପଡିଶା ମାନେ ହିଁ ସହଯୋଗ କରିଥିଲେ। କେହି ପରିବାର ଲୋକେ ଆଗକୁ ନ ଆସିବାରୁ ସ୍ତ୍ରୀ ସ୍ବାମୀ କୁ ମୁଖାଗ୍ନୀ ଦେଲା ବୋଲି କହିଛନ୍ତି ପଡୋଶୀ।

ପରିବାର ଲୋକେ ସାମାନ୍ୟ ସ୍ବାର୍ଥ ପାଇଁ ମଣିଷ ପଣିଆ ର ଧର୍ମ ଭୁଲିଗଲେ ହେଲେ ପତ୍ନୀ ସ୍ବାମୀ ପ୍ରତି ଥିବା ତାଙ୍କର ଧର୍ମ ଓ କର୍ତ୍ତବ୍ୟ କୁ ଭୁଲି ନଥିଲେ।


Post a Comment

0 Comments