AD

କୋଟିଏ ଟଙ୍କାର ଗଞ୍ଜେଇ ଜବତ

 



ଗଞ୍ଜେଇ ଚୋରା ଚାଲାଣ ରୋକିବାରେ କୋରାପୁଟ ଜିଲ୍ଲା ପାଡୁଆ ପୋଲିସକୁ ମିଳିଛି ବଡ ସଫଳତା  । ଜବତ ହୋଇଛି ପ୍ରାୟ ଏକ କୋଟିଟଙ୍କାର ଚୋରା ଗଞ୍ଜେଇ  । ପାଡୁଆ ପୁଲିସ୍ ଡୁମୁରିଗୁଡ଼ା ନିକଟ ଜଙ୍ଗଲରୁ ୪୬୪ କିଲୋ ଗଞ୍ଜେଇ   ଜବତ କରିଥିବାବେଳେ ମକାପୁଟ ଗାଁ ନିକଟ ଜଙ୍ଗଲ ରୁ 358 କେଜି ଗଞ୍ଜେଇ ଜବତ କରିଛି  ।

   ତେବେ ଘଟଣାସ୍ଥଳରୁ ଗଞ୍ଜେଇ ବ୍ୟବସାୟୀ  ଫେରାର୍ ହୋଇ ଯାଇଛି । ଏହି ଗଞ୍ଜେଇ କିଏ ଆଣୁଥିଲା ଏବଂ ଏହି ଚୋରାଚାଲାଣରେ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ ଜାରି ରହିଛି ବୋଲି ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି  । ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ନିମନ୍ତେ ଡୁମୁରିଗୁଡ଼ା ନିକଟ ଜଙ୍ଗଲଏବଂ ମକାପୁଟ ଜଙ୍ଗଲରେ ରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ରଖିଥିବା ସୂଚନା  ପାଇଥିଲା ପୋଲିସ ।

  ପାଡୁଆ ପୋଲିସର ଏକ  ସ୍ବତନ୍ତ୍ର ଟିମ ଜଙ୍ଗଲରେ ଅଚାନକ ଚଢ଼ାଉ କରି ଅଖାରେ ପ୍ୟାକିଂ ହୋଇଥିବା ଗଞ୍ଜେଇ ଜବତ କରିଥିଲେ। କିନ୍ତୁ ଅନ୍ଧାରର ସୁଯୋଗ ନେଇ ଗଞ୍ଜେଇ  ମାଫିଆ  ଜଙ୍ଗଲ ଭିତରକୁ ଖସି ଫେରାର ହୋଇଯିବାରେ ସଫଳ ହୋଇଥିଲେ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ପୋଲିସ ପୋଲିସ ସୂଚନା ଦେଇଛି 

Post a Comment

0 Comments