AD

Asuni Basudha Yojana at work || କାମରେ ଆସୁନି ବସୁଧା ଯୋଜନା

 


କାମରେ ଆସୁନି ବସୁଧା ଯୋଜନା । ଶୋଷ ମେଣ୍ଟାଉଛି ଗୋଟିଏ ନଳକୂପ । ଶୀତଦିନରେ ବି ଜଳକଷ୍ଟ ଭୋଗୁଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ କୁର୍ମାନୁର ଗ୍ରାମବାସୀ । ଦିନେ କି ଦୁଇ ଦିନ ନୁହେଁ ପ୍ରତି ବର୍ଷ ଏମିତି ଜଳ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଲୋକେ । କିଭଳି କଲବଲ ହେଉଛନ୍ତି ତାହା କହିଲେ ନସରେ ।  ତୁରନ୍ତ ଜଳ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ଗୁହାରି ଜଣାଇଛନ୍ତି ଗ୍ରାମବାସୀ

କାମରେ ଆସୁନି ବସୁଧା ଯୋଜନା । ଖରାଦିନ ଆରମ୍ଭ ନ ହେଉଣୁ ଦେଖା ଦେଲାଣି ଜଳ ସଙ୍କଟ । ୭୦ ରୁ ଉର୍ଦ୍ଧ୍ମ ପରିବାରକୁ ମାତ୍ର ଗୋଟିଏ ନଳକୂଅ ଯୋଗେଇ ପାରୁନି ପାଣି । ଦେଖନ୍ତୁ ଏହି ଦୃଶ୍ୟକୁ ,  କିଭଳି ଗୋଟିଏ ନଳକୂଅ ପାଖରେ ପକ୍ଷେ ମହିଳାଙ୍କ ଭିଡ । ପାଣି ହାଣ୍ଡିଏ ପାଇଁ ପ୍ରତିଦିନ ଚାଲେ ଏହିଭଳି ପ୍ରତିଯୋଗୀତା । ସମୟେ ସମୟେ  ଅପ୍ରତିକର ପରିସ୍ଥିତି ବି ସୃଷ୍ଟି ହୁଏ । ଜଳ ସମସ୍ୟାର ସମାଧାନ ପାଇଁ ବହୁ ବର୍ଷ ପୂର୍ବରୁ ଗାଁରେ ୧୪ ଟି ନଳକୂଅ ବସାଯାଇଥିଲା , ବର୍ତମାନ ୩ ଟି ନଳକୂଅକୁ ଛାଡିଦେଲେ ବାକି ୧୧ ଟି ନଳକୂଅ ସମ୍ପୂର୍ଣ୍ଣ ଅଚଳ । ବାରମ୍ବାର ପ୍ରଶାସନକୁ ଅଭିଯୋଗ ପରେ ବି କେହି କର୍ଣ୍ଣପାତ କରୁନାହାନ୍ତି ।

ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଏତେ ବଡ ଗାଁରେ ସମସ୍ତେ ହାତ ପାଆନ୍ତାରେ ଜଳ ପାଇବେ ବୋଲି ୧ ବର୍ଷ ପୂର୍ବରୁ ବସୁଧା ଯୋଜନାରେ ୫୦ ହଜାର ଲିଟର ବିଶିଷ୍ଟ ଏକ ପାଣି ଟାଙ୍କି ନିର୍ମାଣ କରାଯାଇଛି । ହେଲେ ଏହା ଲୋକଙ୍କ ବ୍ୟବହାରରେ ଆଶୁନି । ଖାଲି ଏତିକି ନୁହେଁ , ଗାଁରେ ଥିବା ସୌରଚାଳିତ ପାଣିପମ୍ପ ବି ଅଚଳ । ପାଇପ ଯୋଗେ ଘରକୁ ଘର ପାଣି ପାଇବା ପାଇଁ ଗାଁ ରେ ଲାଗିଛି ପାଣି ଟ୍ୟାପ । ହେଲେ ପାଣି ଟ୍ୟାପରୁ ମଧ୍ୟ ପାଣି ବାହାରୁନି । ବାଧ୍ୟ ହୋଇ ଲୋକଙ୍କୁ ନଳକୂଅ ଉପରେ ନିର୍ଭରଶୀଳ ହେବାକୁ ପଡୁଛି । ଆଉ କିଛି ଦିନ ଗଲେ ଏହି ନଳକୂଅ ମଧ୍ୟ ଅଚଳ ହୋଇଯିବ । ଶେଷରେ ବାଧ୍ୟ ହୋଇ ଗାଁ ଠାରୁ ୨ କିଲୋମିଟର ଦୂର ନଦୀରୁ  ପାଣି ସଂଗ୍ରହ କରିବାକୁ ପଡିବ ବୋଲି କହନ୍ତି ସ୍ଥାନୀୟ ଲୋକେ ।

ଗ୍ରୀଷ୍ମ ଆରମ୍ଭ ନ ହେଉଣୁ ରୁ ପାଣି ସମସ୍ୟା ଦେଖାଦେଲାଣି ତେବେ ଆଗାମୀ ଦିନରେ ସ୍ଥିତି କଣ ହେବ ତାହା ସ୍ପଷ୍ଟ ଜଣାପଡୁଛି । ଦେଖାଯାଉ କେବେ ପାଣି ସମସ୍ୟାର ସମାଧାନ କରିବେ ପ୍ରଶାସନ

Post a Comment

0 Comments