AD

A house of 3 families was burnt || ଜଳିଗଲା ୩ ପରିବାରର ଘର



ଜଗତସିଂହପୁର ଜିଲା ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ଜଡତିରା ଗ୍ରାମରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୯ବଖରା ଘର ଜଳି ଭସ୍ମୀଭୂତ। ଅଗ୍ନିକାଣ୍ଡ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ବେଳେ ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି। ଜଡତିରା଼ ଗ୍ରାମର ଅମ୍ବିକା ବିଶ୍ୱାଳଙ୍କ ଘରର  ପଶ୍ଚିମ ପଟରେ ପ୍ରଥମେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ।

  ଏହି ଅଗ୍ନିକାଣ୍ଡରେ ୩ ଟି ପରିବାରର ୯ ବଖରା ଘରପୋଡି ଯାଇଥିବା ବେଳେ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ସମ୍ପତି ନଷ୍ଟ ହୋଇ ଯାଇଥିବାର ଆକଳନ କରାଯାଇଛି ।

Post a Comment

0 Comments