AD

3 arrested with 30 kg of cannabis || ୩୦ କେଜି ଗଞ୍ଜେଇ ସହ ୩ ଗିରଫ

 


ଚୋରା ଗଞ୍ଜେଇ ଚାଲାଣ ବେଳେ ୩୦ କେଜି ଗଞ୍ଜେଇ ସହ ଧରା ପଡ଼ିଲେ ତିନି ବଙ୍ଗୀୟ ଯୁବକ l ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ ଦାସନାପଲ୍ଲୀ ଛକ ଠାରେ  କୋଟିନଡ଼ା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସାହାଙ୍କ  ନିର୍ଦେଶ କ୍ରମେ ଗାଡ଼ି ଯାଞ୍ଚ ଚାଲିଥିବା ସମସରେ WB02T3007 ନମ୍ବର ବିଶିଷ୍ଟ ଗୋଟିଏ କାର ବାଲିପଦରରୁ ବ୍ରହ୍ମପୁର ଆଡ଼କୁ ଆସୁଥିବା ବେଳେ ପୋଲିସ କାର ଟିକୁ ଅଟେକେଇ ଯାଞ୍ଚ କଲାବେଳେ କାରର ପଛର ସିଟିରୁ ୩୦ କେଜି ଗଞ୍ଜେଇ ମିଳିଥିଲା l 

ଫଳରେ ଘଟଣା ସ୍ଥଳରୁ କୋଟିନଡା ପୋଲିସ ଗାଡ଼ି ସହ ୩୦ କେଜି ଗଞ୍ଜେଇ  ଜବତ କରିବାକୁ ସକ୍ଷମ ହୋଇଛନ୍ତି. ପଶ୍ଚିମବଙ୍ଗ ମୂର୍ଶିଦାବାଦର ତିନି ବଙ୍ଗୀୟ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି l ତିନି ବଙ୍ଗୀୟ ଯୁବକ ମଧ୍ୟରୁ ଏମ୍. ଡି ରାହୁଲ ଅମିନ ଓ ତୁଜା ମୁଦୁଲି ମଣ୍ଡଳ ପଶ୍ଚିମବଙ୍ଗ ମୂର୍ଶିଦାବାଦ ଜିଲ୍ଲା ସାଗର ପଡା ଥାନା ଅନ୍ତର୍ଗତ ହୋଇଥିବା ବେଳେ ଲାଲଚାନ୍ଦ ଅଲ୍ଲୀ ମୁଶ୍ରିଦାବାଦ୍ ଡ୍ରମକଲ ଥାନା ଅନ୍ତର୍ଗତ ବୋଲି ଜଣା ପଡ଼ିଛି l 

ତେବେ ଏହି ତିନି ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବାରେ ସ୍ବତନ୍ତ୍ର ଟିମ୍ ସକ୍ଷମ ହୋଇଥିଲେ l

Post a Comment

0 Comments