AD

will catch the thief Google Maps || ଚୋରକୁ ଧରିଦେବ ଗୁଗୁଲ୍ ମ୍ୟାପ୍

 


ଗୁଗଲ ଆପ୍ଲିକେସନରେ କ୍ରାଇମ ମ୍ୟାପିଂ ଟେକନିକ୍  । ଚୋର ଆଉ ଖସିପାରିବନି ପୋଲିସ ନଜରରୁ । ଏଥର ପୁରା ରାଜଧାନୀରେ ଚୋରି ଉପରେ କଡ଼ା ନଜର ରଖିବ ଗୁଗଲ ମ୍ୟାପ୍ । ସହରକୁ ସୁରକ୍ଷିତ ରଖିବ ୟୁନିଫାଏଡ୍ କମାଣ୍ଡ କଣ୍ଟ୍ରୋଲ । ପୋଲିସ ସେବା ଭବନରେ ନୂତନ ଭାବେ ଖୋଲାଯାଇଥିବା ଏହି ସେଣ୍ଟରରେ ରହିଛି ଅତ୍ୟାଧୁନିକ ଟେକ୍ନୋଲୋଜି । ଏନେଇ ଆଜି ବହୁ ବରିଷ୍ଠ ଅଧିକାରୀଙ୍କୁ ଏହି କମାଣ୍ଡ ସେଣ୍ଟର ଜରିଆରେ କିଭଳି ଚୋର , ଡକାୟତ , ଦୁର୍ବୃତଙ୍କୁ ଧରାଯିବ ସେନେଇ କର୍ମଶାଳା ଅନୁଷ୍ଠିତ ହୋଇଥିଲା

ଚୋରକୁ ଚିହ୍ନେଇବ ଗୁଗଲ ମ୍ୟାପିଂ ।  ଗୁଗଲ ମ୍ୟାପିଂ ଦ୍ବାରା ଚିହ୍ନଟ ହେବେ ଅଭିଯୁକ୍ତ ।  ସହର ଭୁବନେଶ୍ୱରର ଅପରାଧ ନିୟନ୍ତ୍ରଣ ପାଇଁ  ନୂଆ ଉପାୟ ଆଣିଛି  କମିଶନରେଟ୍ ପୋଲିସ । ପୋଲିସ ସେବା ଭବନରେ  ଖୋଲାଯାଇଛି ନୂତନ ୟୁନିଫାଏଡ୍ କମାଣ୍ଡ ସେଣ୍ଟର । ଏହି ସେଣ୍ଟର ରଖିବ ଟିକନିଖ୍ ନଜର । ଭିଡିଓ ସିନୋପସିସ୍ , ଭିଡିଓ ରିୟଲଷ୍ଟିକ୍ , ଭିଡିଓ ଅନାଲିଷ୍ଟକ , ଆର୍ଟିଫିସିଆଲ ଇଣ୍ଟେଲଜେନସି ଭଳି ବହୁ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର ହେବ । ସହରରେ ୫୦୦ ରୁ ଅଧିକ ସିସିଟିଭି କ୍ୟାମେରାରେ ସମସ୍ତ କମାଣ୍ଡ ରହିବ  ୟୁନିଫାଏଡ୍ କମାଣ୍ଡ ସେଣ୍ଟରରେ । 

ପ୍ରଥମ ପର୍ଯ୍ୟାୟରେ ସ୍ନାଚିଂ ଓ ଲୁଟ୍ ଘଟଣାକୁ ଗୁରୁତ୍ବ ଦିଆଯିବ । ପାଟ୍ରୋଲିଂ କରୁଥିବା ପୋଲିସ୍ ଅଧିକାରୀଙ୍କ ମୋବାଇଲରେ ଏକ ଆପ ରହିବ । ଯେଉଁଠାରେ କୌଣସି ଘଟଣା ଘଟିବ ସେଠାରେ ଥିବା ଅଧିକଧିକରିଙ୍କ ଫୋନର ଆପ ଜରିଆରେ ଭିଡିଓ ଏବଂ ଘଟଣା ସ୍ଥଳର ସମସ୍ତ ପ୍ରକାରର ଲୋକଙ୍କ ସଠିକ୍ ଠିକଣା କମାଣ୍ଡ ସେଣ୍ଟରକୁ ପଠାଯିବ । ସିସିଟିଭି, ସିସିଟିଭି ଫୁଟେଜ ଅନାଲିଶ, ଆରଟିଫିସିଆଲ ଇଟେଲଜେନସି ଭୂମିକା ବେଶ ଗୁରୁତ୍ୱ ପୂର୍ଣ୍ଣ l ସାଇବର କ୍ରାଇମ ସାରା ବିଶ୍ବର ପୋଲିସ ପାଇଁ ବଡ଼ ଚିନ୍ତାର କାରଣ ।  ଜେଲ ଫେରନ୍ତା ଅପରାଧି ଅନେକ ସମୟରେ ଅପରାଧୀକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି l ସେମାନଙ୍କୁ ଗୁଗଲ ମାପ ଜରିଆରେ ଟ୍ରାକିଂ କରିହେବ । ସେମାନଙ୍କ ଗତି ଵିଧି ଉପରେ ଉଭୟ ଟ୍ବିନ ସିଟିର ଡିସିପି କମିଶନରେଟ ପୋଲିସର ନଜର ରହିଛି l

Post a Comment

0 Comments