AD

Wild elephants in the city || ସହର ଭିତରେ ଧାଇଁଲା ଗୋଠଖଣ୍ଡିଆ ଜଙ୍ଗଲି ହାତୀ

 



ବାରିପଦା ସହର ଭିତରେ ଗୋଠ ଖଣ୍ଡିଆ ଜଙ୍ଗଲି ହାତୀ। ସହର ମଝିରେ ଥିବା ଏମ.କେ.ସି ହାଇସ୍କୁଲ ପରିସରରେ ପଶିଛି ହାତୀଟି। ଗୁରୁବାର ବଡି ଭୋରରୁ ସ୍କୁଲ ର ମୁଖ୍ୟଫାଟକକୁ ଲାଗି ରହିଥିବା ଛୋଟ ଫାଟକକୁ ଭାଙ୍ଗି ଦେଇଛି ହାତୀ। ଖବର ପାଇ ବନ ବିଭାଗର ଏକ ଟିମ ହାତୀଟିକୁ ସେଠାରୁ ଗୋଡାଇ ପୁଣି ଜଙ୍ଗଲରେ ଛାଡିବାର ପ୍ରୟାସ ଜାରି ରଖିଥିଲା। ତେବେ ପ୍ରାୟ ୮/୯ ଏକରର ସ୍କୁଲ ପରିସର ଭିତରେ ଅନେକ ଜଙ୍ଗଲିଆ ସ୍ଥାନ ଥିବାରୁ ହାତୀଟିକୁ କାବୁ କରିବା ସମ୍ଭବ ହୋଇପାରିନଥିଲା। 

 ସ୍କୁଲ ବାହାରେ ଲୋକଙ୍କ ଭିଡ ଜମଥିବାରୁ ହାତୀଟିକୁ ସିଧା ସଳଖ ଘଉଡାଇବା ସମ୍ଭବ ହୋଇପାରିନଥିଲା । ପୋଲିସ ଓ ବନ ବିଭାଗର ଅଧିକାରୀ ମାନେ ହାତୀ ଉପରେ ନଜର ରଖିଛନ୍ତି।ଅନେକ ପ୍ରଚେଷ୍ଟା ପରେ ହାତୀଟି ନିକଟସ୍ଥ ନଦୀ ପାର ହୋଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ବାରିପଦା ସହରରେ ହାତୀ ପଶିବା ନେଇ ଭୟଭୀତ ହୋଇପଡିଥିଲେ ସହରବାସୀ ।

Post a Comment

0 Comments