AD

Tribal fair from next 26th || ଆସନ୍ତା ୨୬ତାରିଖରୁ ଆଦିବାସୀ ମେଳା

 



ଆଦିବାସୀ ମେଳା ଆସନ୍ତା ୨୬ତାରିଖରୁ ଅନୁଷ୍ଠିତ ହେବ । ଏହି ମେଳା ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଆଦିବାସୀ ପଡ଼ିଆରେ ୧୧ଦିନ ଧରି ଚାଲିବ । ଏହି ମେଳା ଅପରାହ୍ନ ସାଢ଼େ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଆଦିବାସୀ ମେଳାରେ ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା ଓ ହସ୍ତଶିଳ୍ପର ଷ୍ଟଲଗୁଡ଼ିକ ରହିବ । ୨୨ଟି ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା, ୧୭ଟି ସୂକ୍ଷ୍ମ ପରିଯୋଜନା କ୍ଷେତ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଏହି ମେଳା ଆୟୋଜିତ ହେବ ।

 ଚଳିତବର୍ଷ ଆଦିବାସୀ ହାଟରେ ମୁଖ୍ୟତଃ କୁଟିଆ କନ୍ଧ, ସାନ୍ତାଳୀ, ପାଉଡ଼ି ଭୂୟାଁ, ଖରିଆ ଓ ମାଙ୍କିଡ଼ିଆ, ଜୁଆଙ୍ଗ, ମୁଣ୍ଡା, ଗଡ଼ବା, ଡଙ୍ଗରିଆ କନ୍ଧ, ଲାଞ୍ଜିଆ ସୌରା, ବଣ୍ଡା ଓ ଚକୁଟିଆ ଭୁଞ୍ଜିଆ ପ୍ରମୁଖ ଜନଜାତି ସମ୍ପ୍ରଦାୟର ସଦସ୍ୟମାନେ ଯୋଗ ଦେବେ । ୧୧ଦିନ ଧରି ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୩୯ଟି ସାଂସ୍କୃତିକ ଗୋଷ୍ଠୀ ଆଦିବାସୀ ନୃତ୍ୟ ପରିବେଷଣ କରିବା ସହ ବିଭାଗ ଦ୍ୱାରା ଆୟୋଜିତ ନାଟକ ମଂଚସ୍ଥ ହେବ । ଫେବୃୟାରୀ ୩ରୁ ୫ ତାରିଖ ମଧ୍ୟରେ ବିଭିନ୍ନ ସମ୍ପ୍ରଦାୟ ଦ୍ୱାରା ବହୁଭାଷୀ ନାଟକ ଆୟୋଜିତ ହେବ ।

Post a Comment

0 Comments