AD

To the elephants Scaring || ହାତୀପଲ ଲୋକଙ୍କୁ ଡରାଉଛନ୍ତି

 



ଭୁବନ ବନାଞ୍ଚଳ ଅଧିନ ଭୁଷଳ ଗାଁ ନିକଟ ବାହ୍ମଣୀ ନଦୀ ପଠାରେ ଡେରା ପକାଇଛନ୍ତି ହାତୀପଲ । ଏହି ହାତୀପଲରେ ଅଛନ୍ତି ଛଅଟି ହାତୀ । ବୁଧବାର ରାତିରୁ ଜମୁନାକୋଟ ରେଞ୍ଜରୁ ଆସି ଭୁଷଳ ନିକଟ ବ୍ରାହ୍ମଣୀ ନଦୀ ପଠାରେ ରହିଛନ୍ତି ।ନିକଟରେ ଥିବା ବାଦାମବାଡି ଅଞ୍ଚଳର ଅନେକ ଆଖୁ କିଆରୀ ନଷ୍ଟ କରିଦେଇଛନ୍ତି ହାତୀପଲ । ଏଇ ଛଅ ଟିକିଆ ହାତୀପଲଙ୍କୁ  ଘଉଡାଇବାକୁ ବନବିଭାଗ ପ୍ରୟାସ ଜାରି ରଖିଛି । ଆଖୁକିଆରୀ ନିକଟରେ ଥିବା ତରଭୁଜ ବାରି ଏବେ ହାତୀଙ୍କ ନଜରରେ ।  ଗତ କିଛିଦିନ ଧରି ସ୍ଥାନୀୟ ଅଞ୍ଚଳରେ ହାତୀପଲ ଆତଙ୍କ ସୃଷ୍ଟି କରିଚାଲିଛନ୍ତି । ବନବିଭାଗ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ ଜଣାଇଛନ୍ତି ସ୍ଥାନୀୟ ଚାଷୀ ।

Post a Comment

0 Comments