AD

The young man climbed on top of the electricity tower || ଇଲେକ୍ଟ୍ରି ଟାୱାର ଉପରେ ଚଢିଗଲେ ଯୁବକ

 


33 କେଭି ଇଲେକ୍ଟ୍ରି ଟାୱାର ଉପରେ ଚଢିଗଲେ ଯୁବକ। ବିପଦ ସଙ୍କୁଳ ଅବସ୍ଥାରେ ଲଟକି ରହିଲେ । ଟାୱାର ଚାରିପାଖେ ଜମିଗଲା ଲୋକଙ୍କ ଭିଡ। ଘଟଣାସ୍ଥଳରେ ପହଞ୍ଚିଥିଲା ପିସିଆର ଏବଂ ଅଗ୍ନିଶମ ବାହିନୀର ସୁରକ୍ଷା ଗାଡି ।

ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ଇନଫୋସିସ ଛକରେ ଥିବା ଏକ 33 କେଭି ଇଲେକ୍ଟ୍ରି ଟାୱାର ଉପରେ ଜଣେ ଯୁବକ ଚଢ଼ୁଥିବା ଦେଖା ଯାଇଥିଲା। ସ୍ଥାନୀୟ ଲୋକେ ଦେଖି ପାଟି କରିବା ସହ ଯୁବକଙ୍କୁ ଓହ୍ଲାଇବାକୁ କହିଥିଲେ କିନ୍ତୁ ଯୁବକ ଜଣକ ଟାୱାର ତାର ଛୁଇଁବାକୁ ଚେଷ୍ଟା କରିଥିଲେ। ଏହା ଦେଖିବା ପରେ ଲୋକେ ପିସିଆର ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଖବର ପାଇ ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଏବଂ ଚନ୍ଦ୍ରଶେଖରପୁର ଥାନା ପିସିଆର୍ ପହଞ୍ଚିଥିଲେ। ପୁଲିସ୍ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ଦେଖି ଯୁବକ ଜଣକ ଆପେ ଆପେ ଓହ୍ଲାଇ ପଡ଼ିଥିଲେ। ପରେ ଘଟଣାସ୍ଥଳରୁ ସେ ସ୍ଥାନ ଛାଡି ଚାଲି ଯାଇଥିଲେ। ଯୁବକଙ୍କ ପରିଚୟ ମିଳି ପାରିନାହିଁ ।

Post a Comment

0 Comments