AD

The prisoner celebrated his birthday by cutting a cake in the jail || ଜେଲରେ କେକ୍‌ କାଟି ଜନ୍ମଦିନ ପାଳିଲେ କଏଦୀ

 


ଜେଲରେ କେକ୍‌ କାଟି ଜନ୍ମଦିନ ପାଳିଲେ କଏଦୀ। କେବଳ ସେତକି ନୁହେଁ ଜମିଲା ମଦ ମାଂସର ଆସର। କଏଦୀମାନେ ମିଶି ପକୋଡା ପାର୍ଟି କଲେ। ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଆକ୍ସନ ମୁଡ୍‌କୁ ଆସିଛି ପୁଲିସ। ଆରମ୍ଭ ହୋଇଛି ପୂରା ଘଟଣାର ଯାଞ୍ଚ । ପଞ୍ଜାବ ଲୁଧିଆନାର ସେଣ୍ଟ୍ରାଲ ଜେଲ୍‌ ଭିତରେ ଜଣେ ବିଚାରଧୀନ କଏଦୀଙ୍କ ଜନ୍ମଦିନ ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଇଛି। ଗୁରୁବାର ଦିନ ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଅନ୍ୟ କଏଦୀମାନେ ହାତରେ ମଦ ଗ୍ଲାସ ଆଉ ଚିକେନ୍‌ ପକୋଡା ଖାଉଥିବା ନଜର ଆସିଥିଲେ। କେବଳ ସେତିକି ନୁହେଁ ମଣି ଭାଇଙ୍କ ଜନ୍ମଦିନ ବୋଲି ଗୀତ ମଧ୍ୟ ଗାଉଥିଲେ। ଏହି ଭିଡଓ ସାମ୍ନାକୁ ଆସିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

Post a Comment

0 Comments