AD

Temple under the soil || ମାଟି ତଳେ ମନ୍ଦିର

 



ବାଲେଶ୍ଵର ଜିଲ୍ଲାର ନୀଳଗିରି ବ୍ଲକ ଅଯୋଧ୍ୟା ଅଞ୍ଚଳ ହେଉଛି ବିଭିନ୍ନ ମନ୍ଦିର ମାନଙ୍କ ପାଇଁ ପ୍ରସିଦ୍ଧ । ଆବହମାନ କାଳରୁ ଏଠାରୁ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ସହ ମୂର୍ତ୍ତି ମିଳୁଥିବାର  ନଜିର ରହିଛି । ପ୍ରାଚୀନ ସଂସ୍କୃତିରେ ଭରା ଏହି ମାଟି  । ଏବେ  ପୁଣି ଆଉ ଏକ ମନ୍ଦିର ଏହି ସ୍ଥାନରେ ପୋତିହୋଇ ରହିଥିବା ନଜରକୁ ଆସିଛି । ଏନେଇ ଗ୍ରାମବାସୀ ମାନେ ପୂଜାର୍ଚନା ଆରମ୍ବ କରିଛନ୍ତି ।

ସୂଚନା ଥାଉକି, ବାଲେଶ୍ଵର ଜିଲ୍ଲାର ନୀଳଗିରି ବ୍ଲକ ଅଧିନରେ ଥିବା ଅଯୋଧ୍ୟା ଅଞ୍ଚଳରେ ଅଲୌକିକ  ଘଟଣା ଘଟିଛି । ଅଯୋଧ୍ୟା ହେଉଛି ହିନ୍ଦୁ,ବୌଦ୍ଧ ଓ ଜୈନ ସମ୍ପ୍ରଦାୟର ଏକ ପେଣ୍ଠସ୍ଥଳୀ । ପତ୍ନତାତ୍ତ୍ୱିକ ଗବେଷକ ଡୋନାଲଡ଼ ସୀମ,ଏନଏନ ବସୁ ଏହି ଅଞ୍ଚଳର ଏତିହ୍ୟ ବିଷୟରେ ଅନେକ ତଥ୍ୟ ଲେଖିଛନ୍ତି । ଗ୍ରାମରେ ଥିବା ଗ୍ରାମଦେବୀ ମାରିଚୀ, ଅବଲୌକେଶ୍ୱର, ମଞ୍ଜୁଶ୍ରୀ, ବାରାହୀ,ତାରା,ବଜ୍ରତାରା,ଜୈନ ତୀର୍ଥଙ୍କର ପ୍ରଭୁତି ଅନେକ ମୂର୍ତ୍ତି ଏଠାରେ ଅବସ୍ଥିତ।

ଏବେ ମଧ୍ୟ ପୁରାତନ ମନ୍ଦିରର ଭଗ୍ନାବଶେଷ ନଟବର ରାଜଙ୍କ ଘରେ ରହିଛି । ଅନେକ ମନ୍ଦିର ଭଗ୍ନାବଶେଷ ମାଟିତଳୁ ମିଳୁଛି । ତେଣୁ ଅଯୋଧ୍ୟାକୁ ମନ୍ଦିର ମାଳିନୀ ନଗରୀ ଅଯୋଧ୍ୟା ବୋଲି ପୂର୍ବରୁ କୁଆଡ଼େ କୁହାଯାଉଥିଲା । ଏହି ସ୍ଥାନରେ ମଧ୍ୟ ଏକ ସଗ୍ରାହଳୟ ରହିଛି । ଯେଉଁଥିରେ କି ମାଟିତଳୁ ବାହରିଥିବା ମୂର୍ତ୍ତି ଓ ପୁରାତନ କୀର୍ତ୍ତି ମାନ ରହିଛି ।  ସ୍ୱର୍ଗତ ଡ଼ଃ ଅନଙ୍ଗ କୁମାର ମହାପାତ୍ରଙ୍କ ବାଡ଼ି ନିକଟ ମଙ୍ଗଲା ସିଂଙ୍କ ବାଡିରୁ ଏକ ମନ୍ଦିର ମାଟିରେ ପୋତିହୋଇଥିବା ନଜରକୁ ଆସିଛି । ମନ୍ଦିର ଚୁଳିର କିଛି ଅଂଶ ବାହାରକୁ ଦେଖାଯାଉଥିବା ବେଳେ ଏହା କୌଣସି ପୁରାତନ କୀର୍ତ୍ତିରାଜି ହୋଇଥିବା ଅନୁମାନ କରାଯାଉଛି । ଅଯୋଧ୍ୟା ଅଞ୍ଚଳରେ ଅନେକ ଐତିହ୍ୟ ଭରି ରହିଛି । ପ୍ରଚାର ପ୍ରସାର ଅଭାବରୁ ଆଜି ପର୍ଯ୍ୟଟକଙ୍କ ଦୃଷ୍ଟି ଅଡୁଆଳରେ ରହିଯାଇଛି ଏହି ସ୍ଥାନ । ସରକାର ଏଥି ପ୍ରତି ଦୃଷ୍ଟି ଦେଲେ ବହୁ ପ୍ରାଚିନ ତଥ୍ୟର ଆବିଷ୍କାର ହେଇପାରନ୍ତା।

Post a Comment

0 Comments