AD

Substitution of majors at IPS level || ଆଇ ପି ଏସ ସ୍ତର ରେ ବଡ଼ଧରଣର ଅଦଳ ବଦଳ

 


ଆଇ ପି ଏସ ସ୍ତର ରେ ବଡ଼ଧରଣର ଅଦଳ ବଦଳ । ବଦଳିଲେ ଟ୍ୱିନ ସିଟି ପୋଲିସ କମିଶନର । ସଂଜୀବ ପଣ୍ଡା ନୂଆ ପୋଲିସ କମିଶନର । ପୂର୍ବରୁ ଗୁଇନ୍ଦା ନିର୍ଦେଶକ ସହ ଓଡିଶା ପୋଲିସ ହାଉସିଂ କର୍ପୋ ରେଶନ ର ସି ଏମ ଡି ଥିଲେ ସଂଜୀବ ।

ପୋଲିସ କମିଶନର ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀ ଙ୍କୁ ଗୁଇନ୍ଦା ନିର୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ଗୃହ ବିଭାଗ ସ୍ପେଶାଲ ସେକ୍ରେଟାରୀ ଥିବା ସନ୍ତୋଷ ଵାଳା ପଣ୍ଡା ଙ୍କୁ ଓଡିଶା ପୋଲିସ ହାଉସିଂ କର୍ପୋରେସନ ର ଅତିରିକ୍ତ ଦିଆଯାଇଛି ।

ସେହିପରି ଉତ୍ତରରାଞ୍ଚଳ ଆଇ ଜି ହିମାଂଶୁ ଲାଲ ଙ୍କୁ ସମ୍ବଲପୁର ଆଇ ଜି , ଦକ୍ଷିଣାଚଳ ଆଇ ଜି ସତ୍ୟବ୍ରତ ଭୋଇ ଙ୍କୁ ଉତ୍ତରା ଞ୍ଚଳ ଆଇ ଜି ଓ ପଶ୍ଚିମାଞ୍ଚଳ ଆଇ ଜି ଦୀପକ କୁମାର ଙ୍କୁ ଉତ୍ତର କେନ୍ଦ୍ରାଞ୍ଚଳ ଆଇ ଜି ଭାବେ ବଦଳି କରାଯାଇଛି । କ୍ରାଇମ ବ୍ରାଞ୍ଚ ଏସ ଟି ଏଫ ଆଜି ଜୟ ନାରାୟଣ ପଙ୍କଜ ଙ୍କୁ ଦକ୍ଷିଣାଞ୍ଚଳ ଆଇ ଜି ଭାବେ ବଦଳି କରାଯାଇଛି ଏସ ଟି ଏଫ ଆଇଜି ର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

କଟକ ଡିସିପି ପିନାକ ମିଶ୍ର ଙ୍କୁ ପୁରୀ ଏସ ପି ଭାବେ ବଦଳି କରାଯାଇଥିବା ବେଳେ ପୁରୀ ଏସ ପି କନୱର ବିଶାଳ ସିଂ ଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି । ରାୟଗଡା,କେନ୍ଦ୍ରାପଡ଼ା ଓ ଢେଙ୍କାନାଳ, ସୁବର୍ଣ୍ଣପୁର ଏସ ପି ସହ  ଆଉ 9 ଅଧିକାରୀ ଙ୍କ ବଦଳି କରାଯାଇଛି ।

Post a Comment

0 Comments