AD

Robbers hacked the ATM and took more than 32 lakh rupees || ଏଟିଏମ କାଟି ଲୁଟେରା ନେଇଗଲେ ୩୨ ଲକ୍ଷରୁ ଉର୍ଦ୍ଧ ଟଙ୍କା

 


ଗ୍ୟାସ କଟରରେ ଦୁଇଟି ଏଟିଏମ କାଟି ଲୁଟେରା ନେଇଗଲେ ୩୨ ଲକ୍ଷରୁ ଉର୍ଦ୍ଧ ଟଙ୍କା । ବାଲେଶ୍ବର ଜିଲ୍ଲା ଖଇରା ଓ ସୋର ଥାନା ଅଞ୍ଚଳର ଏଟିଏମରୁ ଲୁଟ କରି ନେଇଛନ୍ତି ଲୁଟେରା ।  ଖଇରା ଥାନା ତୁଡ଼ିଗଡିଆ ବଜାର ଥିବା ଏକ୍ସିସ ବ୍ୟାଙ୍କରୁ ଗତକାଲି ବିଳମ୍ବିତ ରାତିରେ ଦୁଇଟି ବଲୋରୋ ଗାଡିରେ ୬ରୁ ଉର୍ଦ୍ଧ ଲୁଟେରା ଆସିଥିବା ନେଇ ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି l ଲୁଟରା ମାନେ ବିଳମ୍ବିତ ରାତିରେ ଗ୍ୟାସ କଟର ମାଧ୍ୟମରେ ଏଟିଏମକୁ ତାଡି ଏଟିଏମ ରେ ଥିବା ୨୦ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ସୂଚନା ମିଳିଛି l ଲୁଟ ପରେ ଲୁଟେରା ମାନେ ଦୁଇଟି ବୋମା ମଧ୍ୟ ଫୁଟାଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି  l ସ୍ଥାନୀୟ ଲୋକ ଉଠିବାରୁ ଲୁଟେରା ମାନେ ଗାଡିରେ ଫେରାର ହୋଇଯାଇଥିଲେ l ଲୋକମାନେ ପୋଲିସକୁ ଖବର ଜଣାଇବା ପରେ ପୋଲିସ ପହଁଚି ଛାନଭିନ ଆରମ୍ଭ କରିଛି l ଖଇରା ଅଂଚଳରେ ଦିନକୁ ଦିନ ଚୋରି ଡକାୟତ ବଢିବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ଥିବା ପ୍ରକାଶ କରିଛନ୍ତି l

ସେହିପରି ସୋର ଥାନା ମଙ୍ଗଳପୁର ପଞ୍ଜାବ ନେସନାଲ ବ୍ୟାଙ୍କ ଏଟିଏମରୁ ଲୁଟ କରିନେଇଛନ୍ତି ଲୁଟେରା l ବୁଧବାର ବିଳମ୍ବିତ ରାତିରେ ଲୁଟେରା ମାନେ ଏଟିଏମ ସଟର ଭାଙ୍ଗି ଗ୍ୟାସ କଟର କାଟି ଲୁଟ କରିଛନ୍ତି l ମଙ୍ଗଳବାର ଦିନ ବ୍ୟାଙ୍କ କତୃପକ୍ଷ ୧୨ ଲକ୍ଷ ଟଙ୍କା ଏହି ଏଟିଏମରେ ଲୋଡ଼ କରିଥିଲେ l ସକାଳେ ସ୍ଥାନୀୟ ଲୋକ ଏଟିଏମ ଭଙ୍ଗା ହୋଇଥିବା ଦେଖି ସୋର ପୋଲିସକୁ ଖବର ଦେଇଥିଲେ 

Post a Comment

0 Comments