AD

Public Relations Camp of BSF || BSFର ଜନସମ୍ପର୍କ ଶିବିର


 

କୋରାପୁଟ ଜିଲ୍ଲା ମାଛକୁଣ୍ଡ  ବାରଙ୍ଗବାଡ଼ି ଠାରେ BSF ର ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି I ମାଓଗଡ଼ କୁହାଯାଉଥିବା ମାଛକୁଣ୍ଡ ରେ ମାଓବାଦୀ ଙ୍କ ଠାରୁ ସୁରକ୍ଷା ଦେଇ ଆସୁଛି BSF   l  ସ୍ଥାନୀୟ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ କିପରି ଗାଁ ଗାଁ କୁ ପହଁଚିବ ତାର ପ୍ରମୁଖ ଭୂମିକା ଗ୍ରହଣ କରିଛି BSF I ସେହି ଅଞ୍ଚଳରେ ବିକାଶ କ୍ଷେତ୍ରରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ,  ସେଥିପାଇଁ 24 ଘଣ୍ଟା ଅଞ୍ଚଳବାସୀଙ୍କୁ ସୁରକ୍ଷା ଦେଇଆସୁଛି BSF I ଏହି ଉଦ୍ଦେଶ୍ୟରେ ବୁଧବାର ଦିନ ମାଛକୁଣ୍ଡ 65ନମ୍ବର BSF ବାଟାଲିୟନ ତରଫରୁ ଜନସମ୍ପର୍କ ଶିବିର ସହ ମେଡିକାଲ କ୍ୟାମ୍ପ ମଧ୍ୟ କରାଯାଇଥିଲା l ନିକଟରେ ଥିବା 4ଟି ପଞ୍ଚାୟତ ର 33 ଗ୍ରାମର ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l 

ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ଏଥିରେ ସାମିଲ ହୋଇ ବିଭନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l BSFର ପ୍ରଶିକ୍ଷଣ ଡଗ ଶୋ ଉପସ୍ଥିତ ଲୋକଙ୍କୁ ଖୁସ କରିଥିଲା l ଗରିବ ଶ୍ରେଣୀର ଲୋକ ମାନଙ୍କୁ ଅତି ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା l BSF ଡ଼ି.ଆଇ.ଜି. ଶୈଲେଶ କୁମାର କହିଥିଲେ କେବଳ ପୋଲିସ ନୁହେଁ, ସ୍ଥାନୀୟ ଅଞ୍ଚଳବାସୀ  ମଧ୍ୟ ପୋଲିସକୁ  ନକ୍ସଲ ମୁକ୍ତ କରିବାରେ ମିଳିତ ଭାବେ ସହଯୋଗ କରିବା ଦରକାର ।ସ୍ଥାନୀୟ ଲୋକଙ୍କ ଏଥିପ୍ରତି ମୁଖ୍ୟ ଭୁମିକା ରହିଛି l 2010 ମସିହାରେ ଏଠାରେ ନକ୍ସଲଙ୍କ ଦବଦବା ଥିଲା । ସେତେବେଳେ ଉଭୟ କେନ୍ଦ୍ର ସରକାର ଏବଂ ଓଡିଶା ସରକାରଙ୍କ ମିଳିତ ଉଦ୍ୟମରେ BSF ମୁତୟନ କରାଯାଇଛି l  ଏବେ ଅଞ୍ଚଳରେ ବିକାଶ ସବୁ ଗ୍ରାମକୁ ଛୁଇଁଛି ।  ତେଣୁ  କିଛି ମାଓ ସମର୍ଥକ ଏହି ଅଞ୍ଚଳରେ ରହିଛନ୍ତି ।ସେମାନେ ମୁଖ୍ୟ ସ୍ରୋତକୁ ଫେରି ଆସିଲେ ବିକାଶର ଶୀର୍ଷକୁ ସମସ୍ତେ ଅନୁଭବ କରିପାରିବେ ।

Post a Comment

0 Comments