AD

Ordained craftsman Ramsetu Shardi || ଓଡ଼ିଆ ବାନ୍ଧଶିଳ୍ପୀଙ୍କ ରାମସେତୁ ଶାଢ଼ୀ

 


ପ୍ରଭୁ ଶ୍ରୀ ରାମଙ୍କ ଆଗମନ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ଅଯୋଧ୍ୟା ।ଦେଶ ବିଦେଶର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ମାନେ ପ୍ରଭୁ ଶ୍ରୀରାମ ଙ୍କ ପାଇଁ ନାନା ସାମଗ୍ରୀ ପହଞ୍ଚାଉଥିବା ବେଳେ ଓଡିଶା ରୁ ରାମ ଲାଲାଙ୍କ ପାଇଁ ବାନ୍ଧକଳାରେ ପ୍ରସ୍ତୁତ ହୋଇଛି ରାମ ସେତୁ ଶାଢ଼ୀ ।ରାମଙ୍କର ଚେତନାର ପ୍ରସାର ପାଇଁ ବରଗଡ଼ ଜିଲା କଟାପାଲିର ଈଶ୍ବର ମେହେର ପ୍ରସ୍ତୁତ କରିଛନ୍ତି ରାମସେତୁ ଶାଢ଼ୀ ।ଶାଢ଼ୀଟିକୁ ପ୍ରସ୍ତୁତ କରିବା ପାଇଁ ଦୀର୍ଘ 5 ମାସ ଲାଗିଥିବା ବେଳେ ଖଦୀ କଟନ ସହ ପ୍ରାକୃତିକ ରଙ୍ଗର ବ୍ୟବହାର ହୋଇ ଅତି ସୂକ୍ଷ୍ମ କାରୁକାର୍ଯ୍ୟରେ,  ବାନ୍ଧରେ ଶାଢ଼ୀଟିକୁ ପ୍ରସ୍ତୁତ କରାଯାଇଛି ଯେଉଁ ଶାଢ଼ୀକୁ ଈଶ୍ବରଙ୍କ ସମ୍ପର୍କୀୟ ଭାଇ ଦୁସ୍ୟନ୍ତ ଦିଲ୍ଲୀ ଦରବାରରେ ପହଞ୍ଚାଇଛନ୍ତି ।

 ଛୋଟ ବେଳେ ଈଶ୍ବର ଶୁଣିଥିଲେ ଅଜା ଆଇଙ୍କ ଠାରୁ ରାମାୟଣର ରାମ କଥା , ତ୍ରେତୟା ଯୁଗର ରାମଲୀଳା ଏବଂ ରାମ ଜନ୍ମଭୂମି ଅଯୋଧ୍ୟାର କଥା । କିନ୍ତୁ ରାମ ମନ୍ଦିର ନିର୍ମାଣକୁ ନେଇ ଅନେକ ଭାବନା ଥିଲା ମନ ମଧ୍ୟରେ । ଈଶ୍ବର ନିଜେ ଜଣେ ବାନ୍ଧଶିଳ୍ପୀ । ନିଜର ମନ ମଧ୍ୟରେ  ବାନ୍ଧକଳାରେ ଶ୍ରୀରାମଙ୍କ ରାମ ସେତୁ ଚିତ୍ରର ପରିକଳ୍ପନା କରି ରାମ ,ଲେଖମନ,ସୀତା ଙ୍କ ସହ ହନୁମାନ ,ଅଙ୍ଗଦ ,ନଳନୀଳ,  ସୁଗ୍ରୀବ ଓ ଗୁଣ୍ଡୁଚି ମୂଷା ର ସୂକ୍ଷ୍ମ ବାନ୍ଧକଳାରେ ଶାଢୀ ବୁଣି ଶ୍ରୀ ରାମଙ୍କୁ ଆର୍ପଣ କରି ନିଜକୁ ସୌଭାଗ୍ୟ ମନେ କରିଛନ୍ତି। 5 ମାସର ଅକ୍ଲାନ୍ତ ପରିଶ୍ରମ ଓ ପ୍ରାକୃତିକ ରଙ୍ଗ ରେ ନିର୍ମିତ ଶାଢ଼ୀ କୁ ଅର୍ପଣ କରି ନିଜେ ରାମଙ୍କ ଆଶୀର୍ବାଦ ଲାଭ କରି ଧନ୍ୟ ମନେ କରିଛନ୍ତି ।


ନିଜର ମନ ମଧ୍ୟରେ ପରିକଳ୍ପନା ଓ ପରେ ବାନ୍ଧକଳାରେ ପ୍ରସ୍ଫୁଟିତ କରି ନିଜର ପରିଶ୍ରମ ର ଅର୍ଘ୍ୟ ଅର୍ପଣ କରିବା ନିଶ୍ଚୟ ପ୍ରଶଂସନୀୟ । ,ଖାଲି ରାମ ସେତୁ ନୁହଁ ଈଶ୍ବର ଏବଂ ତାଙ୍କର ପରିବାର ଲୋକେ  ଅନେକ ଶାଢ଼ୀ ତିଆରି କରି ବିଭିନ୍ନ ସ୍ଥାନରେ ପ୍ରଶଂସା ଓ  ସୁନାମ ମଧ୍ୟ ଅର୍ଜନ କରିଛନ୍ତି । ଏବେ ସାରା ବିଶ୍ବ ଦେଖିବ ଓଡ଼ିଆ ପୁଅର ବାନ୍ଧକଳାର ଅପୂର୍ବ କାରିଗରୀ…

ରାମସେତୁ ଶାଢ଼ୀ ଓଡ଼ିଶାର  ସମ୍ମାନକୁ ସବୁଠି ପହଞ୍ଚାଇଦେବ।

Post a Comment

0 Comments