AD

Naxal attack 3 Jawans martyred || ନକ୍ସଲ ହମଲା ୩ ଜବାନ ସହିଦ


ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ନକ୍ସଲ ହାମଲା । ନକ୍ସଲ ପନ୍ଥିଙ୍କ ଗୁଳିରେ ତିନି ଜଣ ଜବାନ ସହିଦ ହୋଇଥିବା ବେଳେ 15 ଅହତ ହୋଇଛନ୍ତି । ସୁକୁମା ଜିଲ୍ଲା ପୋଲିସ ପକ୍ଷରୁ ଟେକୁଲଗୁଡେମ ଠାରେ ନୁଆ କେମ୍ପ ସ୍ଥାପନ କରାଯାଇଥିଲା । କେମ୍ପ ଠାରୁ କିଛି ଦୂରରେ ଥିବା ଜୋନାଗୁଡା ଜଙ୍ଗଲରେ କୁମିଂ ଅପରେସନ ପାଇଁ ବାହାରି ଥିଲେ ସିଆରପିଏଫ ଓ ଡିଆରଜି ବାହିନୀ । ଏହି ସମୟରେ ନକ୍ସଲ  ପନ୍ଥିଙ୍କ ସହ ମୁହାଁ ମୁହିଁ ହୋଇଥିଲେ ଜବାନ । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ତିନି ଜଣ ଜବାନ ସହିଦ ହୋଇଛନ୍ତି । ଆହତ 15 ଜଣଙ୍କୁ ପ୍ରଥମେ ସିଲଗଡ ମେଡିକାଲ ନିଆଯାଇଥିଲା ଚିକିତ୍ସା ପାଇଁ । ପରେ ବାୟୁ ସେନାର ହେଲିକେପ୍ଟର ଯୋଗେ ସମସ୍ତଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି । 

     2021 ମସିହାରେ ଠିକ୍ ଏହି ଜାଗାରେ ନକ୍ସଲ ମାନେ ଆମ୍ବୁସ ପକାଇ 23 ଜଣ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିଲେ  । ଆହତ ମାନଙ୍କୁ ବାୟୁ ସେନାର ହେଲିକେପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଥିବା ବେଳେ ବାଲାଜୀ ଘରୋଇ ମେଡିକାଲରେ ସେମାନଙ୍କ ଚିକିତ୍ସା କରାଯାଉଛି । ସହିଦ ତିନି ଜଣ ହେଲେ ସିଆରପିଏଫ 201 କୋବ୍ରା ବାଟାଲିଆନର ଜବାନ ଦେବନ ସି ,ପବନ କୁମାର ,ଲମ୍ବଧର ସିନ୍ହା, ସେହିପରି ଆହତ 15 ଜଣ ଜବାନ ହେଉଛନ୍ତି  ଡେପୁଟୀ କମାଣ୍ଡେଣ୍ଟ ଲଖବିର ,ଆସିଣ୍ଟାଟ କମାଣ୍ଡେଣ୍ଟ ରାଜେଶ ପଞ୍ଚାଲ ,ହାବିଲଦାର ଖେଡକର ରାମଦାସ, ଅଖିଳେସ ଯାଦବ, ହରେନ୍ଦ୍ର ସିଂ, ମହମ୍ମଦ ଇରଫାନ କନେଷ୍ଟବଳ ଗୋପୀନାଥ ବାସୁମତାଢି ,ମନୋଜ ନାଥ,ବିକାଶ କୁମାର , ବେଣୁଧର ସାହୁ, କନେଷ୍ଟବଳ ଟି ମଧୁ କୁମାର, ମଲକିତ ସିଂ, ଇ ଭେଙ୍କଟେଶ , ଅବିନାଶ ଶର୍ମା, ରାଉତ ଓମପ୍ରକାଶ।


Post a Comment

0 Comments