AD

Mao Camp Destruction || ମାଓ କ୍ୟାମ୍ପ ଧ୍ଵଂସ

 


କନ୍ଧମାଳ : ବୌଦ୍ଧ ସୀମାନ୍ତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରିଛି ପୁଲିସ 
 ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିବା ସହ 25 ରୁ 30 ମାଓ ହେଲେ ଛତ୍ର ଭଙ୍ଗ ହୋଇଛନ୍ତି  ଏବେ ବି ସର୍ଚ୍ଚ ଅପରେସନ ଜାରୀ ରହିଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଆଇ. ଜି ସତ୍ୟବ୍ରତ ଭୋଇ   ବୁଢ଼ାଖୋଲ୍ ଜଙ୍ଗଲ ରେ ମାଓ କ୍ୟାମ୍ପ ଧ୍ଵଂସ ହୋଇଥିବା ସୂଚନା । କଣ୍ଟାମାଳ ଥାନା ବୁଢ଼ାଖୋଲ୍ ଓ ମାତାକୁପା ଜଙ୍ଗଲ ରେ SOG ଯବାନ ଙ୍କ କୁମ୍ବିଂ ଅପରେସନ ଜାରି ରହିଥିବା ବେଳେ ପୋଲିସ ପକ୍ଷରୁ ଗୋଟିଏ ମାଓ କ୍ୟାମ୍ପ ଠାବ କରାଯାଇଥିଲା । ପରେ ମାଓବାଦୀ ଙ୍କୁ ଆତ୍ମସମର୍ପଣ କରିବାକୁ ପୋଲିସ ପକ୍ଷରୁ କୁହାଯାଇଥିଲା କିନ୍ତୁ ମାଓବାଦୀ ମାନେ ଗୁଳି ଚଳାଇଥିବା ବେଳେ ଦୀର୍ଘ ସମୟ ଧରି ପୋଲିସ ଏବଂ ମାଓବାଦୀ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା ।

     ପରେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ ମାନେ ଏବଂ ମାଓ କ୍ୟାମ୍ପ ଙ୍କୁ ଠାବ କରି ପୋଲିସ ସେଠାରୁ ବିପୁଳ ମାଓ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି । ତେବେ ଜବତ ମାଓ ସାମଗ୍ରୀ ମଧ୍ୟରେ ବହୁ ପରିମାଣ ର IED ଲ୍ୟାଣ୍ଡମାଇନ, ବିଦ୍ୟୁତ୍ ତାର ସହିତ ବହୁ ବିସ୍ଫୋରକ ଜବତ କରିଛି ପୁଲିସ. ତେବେ ମାଓ କ୍ୟାମ୍ପ ଧ୍ଵଂସ ହେବା ପରେ ଯବାନ ଙ୍କ ପକ୍ଷରୁ କୁମ୍ବିଂ କୁ ଜୋରଦାର କରାଯାଇଛି ଏବଂ ସର୍ଚ୍ଚ ଅପରେସନ ମଧ୍ୟ ଜୋରଦାର କରାଯାଇଛି।

Post a Comment

0 Comments