AD

Makar Sankranti in Ghatgaon Pith || ଘଟଗାଁ ପୀଠରେ ମକର ସଂକ୍ରାନ୍ତି


 

ଆଜି ହେଉଛି ମକର ସଂକ୍ରାନ୍ତି | ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ମକର ବୁଡ ଦେଇ ଦେବାଦେବୀଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ । ଏହି ହିନ୍ଦୁଧର୍ମରେ ବିଶ୍ବାସ ରହିଛି | ଏହି ଅବସରରେ ଆଜି ସକାଳୁ ସକାଳୁ ଘଟଗାଁ ମା ତାରିଣୀଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି |  ସକାଳ ପ୍ରହରରୁ ସେବାୟତ ମାନେ ମା’ଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ବଡ ସିଂହାର ବେଶ, ମଙ୍ଗଳ ଆଳତୀ ସହିତ ଯଥା ରୀତିକାନ୍ତିରେ ପୂଜାର୍ଚ୍ଚନା କରି ସୁନାବେଶରେ ସଜ୍ଜିତ କରିଥିଲେ ।  ସକାଳ ୬ଟାରୁ ମନ୍ଦିର ପହୁଡ ଖୋଲିବା ପରେ ଶ୍ରଦ୍ଧାଳୁ ମାନେ ମା ଙ୍କର ସୁବର୍ଣ୍ଣବେଶ ଦର୍ଶନ ଲାଭ କରିଥିଲେ । ମାଙ୍କର ସୁନାବେଶ ଦର୍ଶନ ପାଇଁ ସକାଳୁ ସକାଳୁ ବିଭିନ୍ନ ଜଳାଶୟ, ନଦୀ, ପୋଖରୀରେ ବୁଡ଼ ଦେଇ ମନ୍ଦିର ପ୍ରବେଶ କରିଥିଲେ । ବିଭିନ୍ନ ଭୋଗ ସହିତ ମାଙ୍କ ନିକଟରେ ମକର ଚାଉଳ ଭୋଗ ଲଗାଇ ପରସ୍ପରକୁ ବଣ୍ଟନ କରିଥିଲେ । ମାଙ୍କ ନିକଟରେ ଲାଗି ହୋଇଥିବା ମକର ଚାଉଳ ପାଇଥିବା ବ୍ୟକ୍ତି ଭାଗ୍ୟବାନ ହୋଇଥାଏ ବୋଲି ବିଶ୍ବାସ ରହିଛି । 

Post a Comment

0 Comments