AD

Love letter in mother's hundi || ମା'ଙ୍କ ହୁଣ୍ଡିରେ ପ୍ରେମ ପତ୍ର

 



ମାଁ ପାଖରେ ପିଲା ହିଁ ଗୁହାରୀ କରେ, ଦୁଃଖ ହରଣ ପାଇଁ ମାନସିକ କରେ | ହେଲେ ଗତ କିଛି ବର୍ଷ ଧରିସମ୍ବଲପୁର ଆରାଧ୍ୟା ମାଁ ସମଲେଇଙ୍କ ପାଖରେ ଶ୍ରଦ୍ଧାଳୁ କିଛି ଭିନ୍ନ ଢଙ୍ଗରେ ପତ୍ର ଲେଖି ଗୁହାରୀ କରୁଛନ୍ତି | କିଏ ମନର ମଣିଷକୁ ମାଗୁଛି ତ କିଏ ସରକାରୀ ଚାକିରୀ ଆଉ କିଏ ପରୀକ୍ଷାରେ ପାସ୍ କରାଇବା ପାଇଁ ପତ୍ର ଲେଖୁଛି | ସେମିତି କିଛି ପତ୍ର ଆଜି ହୁଣ୍ଡି ଗଣତିରେ ସାମ୍ନାକୁ ଆସିଛି |

(ପ୍ରେମ ଚିଠି)

ମାଁ ମୁଁ ବର୍ଷା, ତୋ ଉପରେ ବହୁ ଆଶା ଅଛି | ତୋ ପାଖକୁ ଚିଠି ଲେଖି ଜଣାଉଛି ମାଁ , ଶୁଣିଛି ତୁ ସମସ୍ତଙ୍କର ଦୁଃଖ ହରିଥାଉ | ବାସ୍ କାହ୍ନାକୁ ମୋର୍ କରିଦେ| କାହ୍ନାକୁ ମୁଁ ବହୁତ ଭଲ ପାଏ | ଆଜି ତୋର ଦର୍ଶନ ପାଇଁ ଆସିଛି, ଆଗକୁ କାହ୍ନା ଆଉ ମୁଁ ସାଙ୍ଗରେ, ତୋର ଦର୍ଶନ ପାଇଁ ଆସିବୁ |

 

ଏମିତି କିଛି ପତ୍ର ଲେଖିଛି ଶ୍ରଦ୍ଧାଳୁ ବର୍ଷା | ଯାହା ଆଜି ମାଁଙ୍କର ହୁଣ୍ଡିରୁ ମିଳିଛି |

ସେହିପରି ଅନ୍ୟ ଜଣେ ଯୁବତୀ ଖୁସିରେ ବାହାଘର ହେଉ ବୋଲି ପତ୍ରରେ ଲେଖିବା ସହ ଶାଶୁଘରେ ବୋହୁକୁ ମିଳୁଥିବା ନିର୍ଯ୍ୟାତନା କେମିତି ନମିଳୁ ସେନେଇ ଗୁହାରୀ କରିଛି | ଯୌତୁକରେ ବାପା ମୋର ଗାଡି ନଦେଲେ ବି ଶାଶୁ ଘର ଲୋକେ ଟାହିଟାପୁରା ନକରନ୍ତୁ ନିର୍ଯ୍ୟାତନା ନଦିଅନ୍ତୁ | ଏପରି କିଛି ଅଜବ ନିବେଦନ କରିଛି | ଏପରିକି ଶାଶୁଘରକୁ   କିଛି କପଡା (ବସ୍ତ୍ର) ଦେବାରେ ଉଣା କଲେ ମୋ ମାଁ କିଛି କଥା ନଶୁଣୁ କି ଶାଶୁ ମୁହଁ ନଫୁଲାନ୍ତୁ ବୋଲି ସେ ନିବେଦନ କରିଛି | ଯାହା ବର୍ତ୍ତମାନ ସମାଜରେ ଶାଶୁଘରେ ଝିଅ ଭୋଗୁଥିବା ନିର୍ଯ୍ୟାତନାର କରୁଣ କାହାଣୀକୁ ନେଇ ନେଇ ସେ ଚିନ୍ତିତ ଥିବା ଜଣାପଡିଛି | ଏହା ସହ ମୋର ବି ବୁଦ୍ଧି ଓ ବିବେକର ଉଦୟ ହେଉ ତଥା ଶାଶୁଘର ଲୋକଙ୍କୁ ଖୁସିରେ ରଖିପାରେ | ଯାହା ଆଜି ଚିଠି ବାହାରିଲା ପରେ ସମସ୍ତଙ୍କୁ ଏହି ଦୁଇ ଚିଠିଟି ବେଶ୍ ଭାବୁକ କରିଛି | ସେହିପରି ପରୀକ୍ଷାରେ ପାସ୍ ଓ ସରକାରୀ ଚାକିରୀ ପାଇଁ ମଧ୍ୟ ଜଣେ ଜଣେ ଭକ୍ତ ଚିଠି ଲେଖିଛନ୍ତି | ତେବେ ମାଁ ସମଲେଇଙ୍କୁ ଆମର ମଧ୍ୟ ପ୍ରାର୍ଥନା ଯେ ଏମାନଙ୍କ ଡାକ ଶୁଣନ୍ତୁ |

Post a Comment

0 Comments