AD

Koli Vicki Lakshpati is a young farmer || କୋଳି ବିକି ଲକ୍ଷପତି ଯୁବ ଚାଷୀ

 



ଥାଇଲାଣ୍ଡ କୋଳି ଦେଇଛି ରୋଜଗାରର ବାଟ । କୋଳି ବିକି ଲକ୍ଷପତି ଯୁବ ଚାଷୀ । ଏବର୍ଷ ୫ଲକ୍ଷ ଟଙ୍କା ରୋଜଗାର କରିବେ କେନ୍ଦୁଝର ଡେଣୁଆଁ ଗାଁ ର ଯୁବଚାଷୀ ପ୍ରମୋଦ ।  ଧାନ ଓ ପନିପରିବା ଚାଷ ଛାଡି ୭ ଏକର ଜମିରେ ଗତ ୩ବର୍ଷ ଧରି ଥାଇଲାଣ୍ଡ କୋଳି ଚାଷ କରି ଲାଭବାନ୍ ହୋଇ ପାରିଛନ୍ତି ପାଟଣାର ଯୁବଚାଷୀ ପ୍ରମୋଦ କୁମାର ସାହୁ । ଡେଣୁଆଁ ଭଳି ଏକ ଗାଁରେ ଥାଇଲାଣ୍ଡ କୋଳି ଚାଷ କରି  ଅନ୍ୟମାନଙ୍କ ସେ  ପାଲଟିଛନ୍ତି ପ୍ରେରଣାର ଉତ୍ସ 

 କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଡେଣୁଆ ଗାଁ । ଏଠାରେ ରହିଛି କାଶ୍ମୀର ନାଲିସେଓ ବରକୋଳିର ଉଦ୍ୟାନ । ନାଁ ଯେମିତି, ଏହି କୋଳି ଦେଖିବାକୁ ଖୁବ୍ ଲାଲ୍  ଓ ସେଓ ଭଳି । କୋଳିର ସ୍ବାଦ ବେଶ ମିଠା । ଯିଏ ଏହି କୋଳି ଥରେ ଖାଇଛି  ସେ ପ୍ରତିବର୍ଷ  କେଜି କେଜି କୋଳି କିଣିଛି  । ଗାଁର ପ୍ରମୋଦ କୁମାର ସାହୁଙ୍କର ହେଉଛି ଏହି ଫାର୍ମ ହାଉସ୍ । ଏଠାରେ ସେ ବଲ୍ ସୁନ୍ଦରୀ, ମିସ୍ ଇଣ୍ଡିଆ, ରେଡ୍ ଆପଲ୍ ଭଳି ଉନ୍ନତ କିସମର ଅତି ମିଠା ଥାଇଲାଣ୍ଡ କୋଳି ଚାଷ କରିଛନ୍ତି । ଗତବର୍ଷ ସେ ୨୫କ୍ବିଣ୍ଟାଲ୍ କୋଳି ବିକ୍ରି କରିଥିବା ବେଳେ, ଏବର୍ଷ ୫୦କ୍ବିଣ୍ଟାଲ୍ କୋଳି ବିକ୍ରି କରି ୫ଲକ୍ଷ ଟଙ୍କା ରୋଜଗାର କରିବା ଆଶା ରଖିଛନ୍ତି । କୋଳିର ସ୍ବାଦ ପାଇଁ ବାହାରକୁ ନଯାଇ ଘର ପାଖରେ ସମସ୍ତ କୋଳି ବିକ୍ରି ହୋଇଯାଏ ବୋଲି ସେ କହିଛନ୍ତି । ଏହି କୋଳିର ସ୍ବତନ୍ତ୍ର ସ୍ବାଦ ପାଇଁ ପ୍ରତିବର୍ଷ କିଣିବାକୁ ପ୍ରମୋଦଙ୍କ ଫାର୍ମକୁ ଆସୁଥିବା କହିଛନ୍ତି ସ୍ଥାନୀୟ ଲୋକେ ।

ପ୍ରମୋଦ ପ୍ରଥମେ ନିଜ ଫାର୍ମ ହାଉସ୍ ରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଥିଲେ । ହେଲେ, ପରିଶ୍ରମ ଅନୁସାରେ ଲାଭ ନହେବାରୁ   ୟୁଟ୍ୟୁବ୍ ଦେଖି ୩ବର୍ଷ ପୂର୍ବେ ସେ ଥାଇଲାଣ୍ଡରୁ ଅନଲାଇନ୍ ଜରିଆରେ ଚାରା ପିଛା ୨ଶହ ଟଙ୍କା ହିସାବରେ ୬ଶହ ଚାରା ୧ଲକ୍ଷ ୨୦ହଜାର ଟଙ୍କା ଖର୍ଚ୍ଚ କରି ମଗାଇଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ବର୍ଷକୁ ବର୍ଷ ଏହାର ଉତ୍ପାଦନ ବଢି ଚାଲିଥିବା ବେଳେ, ସେହି ପରିମାଣରେ ଲାଭ ମଧ୍ୟ ବଢିବାରେ ଲାଗିଥିବା କହିଛନ୍ତି ପ୍ରୋମଦ । କୋଳିକୁ ପକ୍ଷୀ ଙ୍କ ଦାଉରୁ ରକ୍ଷା କରିବା ପାଇଁ ସେ ଗଛ ଉପରେ ନେଟ୍ ଲଗାଇଛନ୍ତି । ଥାଇଲାଣ୍ଡ କୋଳି ସହ, ନିଜ ପ୍ରଚେଷ୍ଟାରେ ସେ ଏଠାରେ ଧାନଚାଷ ସହ, ସ୍ବତନ୍ତ୍ର କିସମର ଆମ୍ବଚାଷ , ଫାଇଟର କୁକୁଡ଼ା ଚାଷ ମଧ୍ୟ କରୁଛନ୍ତି  ଆଉ ଏଥିରେ, ପ୍ରମୋଦଙ୍କ ପୁରା ପରିବାର ତାଙ୍କୁ ସହଯୋଗର ହାତ ବଢାଇଛନ୍ତି । ପ୍ରମୋଦଙ୍କ ପରି ଶିକ୍ଷିତ ଯୁବକ ଚାକିରୀ ପିଛା ରେ ନ ପଡି କୋଳି ଚାଷ କରି ଲାଭବାନ ହେବା। ନିଶ୍ଚିନ୍ତ ଅନ୍ୟମାନଙ୍କ ପାଇଁ ଉଦାହରଣ….ଏ କଥାକୁ ଅସ୍ବୀକାର କରାଯାଇନପାରେ ।

Post a Comment

0 Comments