AD

In fear of elephants The family left home || ହାତୀ ଭୟରେ ଘର ଛାଡିଦେଲେ ପରିବାର

 



ରାତିରେ ଗାଁ ଭିତରେ ପଶି ଘର ଭାଙ୍ଗି ଧାନ ଚାଉଳ ଖାଇଗଲେ ହାତୀପଲ। ଭୟରେ ଘର ଛାଡି ସୁରକ୍ଷିତ ସ୍ଥାନ କୁ ପଳାଇଲେ ପରିବାର ଲୋକେ ।

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଏକ ସପ୍ତାହରୁ ଉର୍ଦ୍ଧ ହେବ ହାତୀପଲ ଆତଙ୍କ ଖେଳାଇ ଚାଲିଛନ୍ତି । ବିଭିନ୍ନ ସ୍ଥାନରେ 15 ରୁ ଉର୍ଦ୍ଧ ଘର ଭାଙ୍ଗି ଦେଇଛନ୍ତି ହାତୀପଲ । ମଙ୍ଗଳବାର ରାତିରେ ୨୩ ଟିକିଆ ହାତୀପଲ ପାଟଣା ରେଞ୍ଜ ର ମଙ୍ଗଳପୁର ଓ ଡିଆନାଳି ଗ୍ରାମରେ  ପଶି ଦୁଇଟି ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି । ହାତୀ ଭୟରେ ପରିବାର ଲୋକେ ଘର ଛାଡି ସୁରକ୍ଷିତ ସ୍ଥାନକୁ ପଳାଇଥିବା ଜଣାପଡିଛି । ଗାଁ ଭିତରେ ହାତୀପଲ ପଶିଥିବାରୁ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନ ବିଭାଗ ହାତୀପଲଙ୍କ ଉପରେ ନଜର ରଖିଛି । ହେଲେ ହାତୀପଲଙ୍କୁ ଘଉଡାଇବାରେ ସକ୍ଷମ ହୋଇ ପାରିନାହିଁ । ଯାହାଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

Post a Comment

0 Comments