AD

In the capital Night checking is strict || ରାଜଧାନୀରେ ନାଇଟ ଚେକିଂ କଡ଼ାକଡ଼ି

 


ରାଜଧାନୀରେ  ବ୍ଲକିଂ ଆଉ ଚେକିଂ କୁ ଜୋରଦାର କରାଯାଇଛି । ବିଭିନ୍ନ ଛକରେ କମିଶନରେଟ ପୋଲିସ ଗାଡି  ଅଟକାଇ  ଚାଳକଙ୍କ ଗାଡି ଯାଞ୍ଚ କରୁଛି । ଏଥିସହିତ ଗାଡି ଚାଳକ ମାନେ କେତେ ପରିମାଣର ମଦ୍ୟପାନ କରି ଗାଡି ଚଳାଉଛନ୍ତି ତାହା ମଧ୍ୟ ଯାଞ୍ଚ କରୁଛି  ପୋଲିସ । 

ବୁଧବାର ରାତିରେ ଲକ୍ଷ୍ମୀ ସାଗର ଥାନା ଅଧୀନରେ ଥିବା ଝାରପଡା ଗୋଲେଇ ଛକ , କଳ୍ପନା ଛକ , ଚନ୍ଦ୍ରଶେଖରପୁର ନନ୍ଦନକାନନ ରାସ୍ତା,  ପଟିଆ ଛକ  ସହିତ ଡେଲଟା  , ଗଙ୍ଗ ନଗର ଓ  ସୁନ୍ଦରପଦା ଛକରେ ବ୍ଲକିଂ ଚେକିଂ କୁ ଜୋରଦାର କରାଯାଇଛି । ପ୍ରତି ଚେକିଂ ସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ସହିତ ଟିମ୍ ଓ ସେହି ଅଞ୍ଚଳରେ ଥିବା ଥାନା ପୋଲିସ କର୍ମଚାରୀ ସାମିଲ ହୋଇଛନ୍ତି । ରାଜଧାନୀରେ ଲୋକ ମାନଙ୍କୁ ସୁରକ୍ଷା ଦେବା ପୋଲିସ ର କର୍ତବ୍ୟ ବୋଲି କହିଛନ୍ତି  ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ।

Post a Comment

0 Comments