AD

Elephant terror || ହାତୀ ଆତଙ୍କ

 


ଝାରସୁଗୁଡା ଜିଲ୍ଲା ବାଗଡ଼ିହି ରେଞ୍ଜରେ ଦନ୍ତାହାତୀ ଆତଙ୍କ । ଗାଁ ନିକଟରେ ଦନ୍ତା ହାତୀର  ଗତିବିଧି ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି ।ଶନିବାର ସନ୍ଧ୍ୟାରେ ବାଗଡ଼ିହି ରେଞ୍ଜର ଭୀମଜୋର ଗ୍ରାମରେ ଦନ୍ତା ହାତୀ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।  ଗ୍ରାମବାସୀ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବା ଉଦ୍ୟମ ଜାରି ରଖିଛନ୍ତି ।ହାତୀଟି ଅନ୍ୟ କେଉଁଠାରୁ ଚାଲି ଆସିଥିବା ଅନୁମାନ କରାଯାଉଛି ।  ହାତୀଟି ଯେମିତି ଗାଁ ଭିତରକୁ ପ୍ରବେଶ ନକରିବ ସେଥିପାଇଁ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ମିଳିତ ଭାବେ ଦନ୍ତାକୁ ଘଉଡାଇବା ଉଦ୍ୟମ ଜାରି ରଖିଛନ୍ତି।

Post a Comment

0 Comments