AD

Deer rescue || ହରିଣ ଉଦ୍ଧାର

 


ଗ୍ରାମବାସୀଙ୍କ ଦ୍ୱାରା ଆହତ ହରିଣ ଉଦ୍ଧାର । ନୟାଗଡ଼ ଜିଲ୍ଲା ଖଣ୍ଡପଡା ଏନ ଏ ସି ଗଡ଼ଭିତର ସାହିରେ ଆଜି ଭୋରରୁ ଏକ ହରିଣ ପଶିଆସିଥିବା  ଦେଖିବାକୁ ମିଳିଥିଲା । ତେବେ ସ୍ଥାନୀୟ ଲୋକେ ମିଳିମିଶି ହରିଣ ଟିକୁ କାବୁ କରି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ହରିଣ ଟି ଉଦ୍ଧାର କରିଥିଲା । ଏକ ଗୋଡ଼ ରେ ଆଘାତ ଲାଗିଥିବାରୁ ଆହତ ହରିଣ କୁ ବନ ବିଭାଗ କର୍ମଚାରୀ ମାନେ ଚିକିତ୍ସା ନିମନ୍ତେ ନିକଟସ୍ଥ ପଶୁ ଚିକିତ୍ସାଳୟ ନେଇ ଯାଇଥିଲେ । ଡାକ୍ତର ମାନେ ଆନ୍ଦୋଳନରତ ଥିବା କାରଣ ରୁ ହରିଣଟିର ଚିକିତ୍ସା ହୋଇପାରି ନଥିଲା । ପଶୁ ଚିକିତ୍ସାଳୟ କର୍ମଚାରୀ ମାନେ ହରିଣ ଟିକୁ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ।

Post a Comment

0 Comments