AD

Dead body of Andira baby elephant recovered || ଅଣ୍ଡିରା ହାତୀଛୁଆର ମୃତଦେହ ଉଦ୍ଧାର

 



ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଏକ ହାତୀ ଛୁଆର ମୃତଦେହ ଠାବ ହୋଇଛି।  ବାବନ୍ଧ ସେକ୍ସନ ଗିରିଧରପ୍ରସାଦ ଗ୍ରାମ୍ୟଜଙ୍ଗଲ ନିକଟରେ ଏହି ଛୁଆହାତୀର ମୃତ୍ୟୁ ଘଟିଛି। ମୃତ ହାତୀ ଛୁଆଟି ଏକ ଅଣ୍ଡିରା ହାତୀଛୁଆ ବୋଲି ଜଣାପଡିଛି । ତାର ବୟସ ପ୍ରାୟ ୨ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ତେବେ ହାତୀ ଛୁଆ  ମୃତ୍ୟୁର ସଠିକ କାରଣ ଜଣା ପଡ଼ିନାହିଁ । 

ବନବିଭାଗର କର୍ମଚାରୀ ମାନେ ପହଁଚି ମୃତଦେହ ଜବତ କରିଛନ୍ତି । ହାତୀ ଛୁଆର ମୃତ୍ୟୁର କାରଣ କଣ ତାଙ୍କୁ ନେଇ ତଦନ୍ତ ଆରମ୍ଭ କରିଛି ବନ ବିଭାଗ । ତେବେ ମୃତ ହାତୀ ଛୁଆର  କିଛି ଦୂରରେ ହାତୀପଲ ରହିଥିବା ଜଣାପଡିଛି।

Post a Comment

0 Comments