AD

Commissionerate Police put up the most wanted poster || ମୋଷ୍ଟ ଓ୍ବାଣ୍ଟେଡ୍ ପୋଷ୍ଟର ଲଗାଇଲା କମିଶନରେଟ ପୋଲିସ

 



ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ମୋଷ୍ଟ ଓ୍ବାଣ୍ଟେଡ୍ ପୋଷ୍ଟର ଲଗାଇଲା କମିଶନରେଟ ପୋଲିସ । ଲୁଟେରାଙ୍କୁ ଧରିବାକୁ ପୋଲିସର ପୋଷ୍ଟର ଅଭିଯାନ । ସବୁ ଛକରେ ଚୋରଙ୍କ ଫଟୋ ଥିବା ପୋଷ୍ଟର ଲାଗିଲା । ଫୋଟୋ ସହ ପୋଷ୍ଟରରେ ଲେଖାଯାଇଛି ଉପରୋକ୍ତ ଅପରାଧିମାନେ ଭୁବନେଶ୍ବରର  ବିଭିନ୍ନ ଆପାର୍ଟମେଣ୍ଟ ଫ୍ଲାଟ୍ , ଘରୁ ସୁନା ଗହଣା ଲୁଟ କରିଥାନ୍ତି।ସେଇ ଲୁଟେରାଙ୍କୁ ଚିହ୍ନି ପୋଲିସକୁ ସୂଚନା ଦେବାକୁ ସମସ୍ତଙ୍କୁ ଅବଗତ କରିଛି ପୋଲିସ ।

ଆପାର୍ଟମେଣ୍ଟ ଭିତରେ ପଶି ଘରୁ ଚୋରି କରୁଥିବା ଲୁଟେରାଙ୍କୁ ଧରିବାକୁ ଲାଗିଲା ‘ମୋଷ୍ଟୱାଣ୍ଟେଡ୍’ ପୋଷ୍ଟର୍ । ରାଜଧାନୀରେ ଆପାର୍ଟମେଣ୍ଟରେ ପଶି ଘନଘନ ଚୋରି ହେବା ପରେ ବି ସମ୍ପୃକ୍ତ ଲୁଟେରାଙ୍କୁ ଧରିବାରେ ପୋଲିସ ସଫଳ ହୋଇପାରିନାହିଁ I ସେମାନଙ୍କୁ ଧରିବା ଲାଗି ନୂଆ ଯୋଚନା କରିଛି କମିସନରେଟ୍ ପୁଲିସ। କୁଟେରାଙ୍କ ଫଟୋକୁ ନେଇ ପୋଷ୍ଟର ମାରିଚି ପୋଲିସ | ରାଜଧାନୀର ବିଭିନ୍ନ ସ୍ଥାନରେ ଇଗାଯାଇଛି ୱାଣ୍ଟେଡ ପୋଷ୍ଟର । ଏମାନଙ୍କ ସମ୍ପର୍କରେ ସୂଚନା ଦେଲେ ନାମ ମଧ୍ୟ ଗୋପନ ରଖାଯିବା ସହ ୧୦ ହଜାର ଟଙ୍କା ପୁରସ୍କାର ମିଳିବ ପୋଲିସ ଠାରୁ । ଏଥିପାଇଁ ପୋଲିସ ଜାରି କରିଛି ୨ଟି  ଫୋନ ନମ୍ବର ---

70777 98111 ଏବଂ 76435 10199  

ସିସିଟିଭି ଲୁଟେରାଙ୍କ ଫଟୋ କଏଦ ହୋଇଛି । ସେହି ଫଟୋକୁ ନେଇ ପୋଷ୍ଟର୍ ପ୍ରସ୍ତୁତ କରାଯାଇଛି। ସେଇ ପୋଷ୍ଟରଗୁଡ଼ିକୁ ସହରର ବିଭିନ୍ନ ସ୍ଥାନରେ ଇଗାଯାଇଛି। ସହରର ବିଭିନ୍ନ ଥାନା, ବସଷ୍ଟାଣ୍ଡ, ରେଳ ଷ୍ଟେସନ, ହାଟ, ବଳାର ସହ ଜନଗହଳିପୂର୍ଣ ସ୍ଥାନରେ ପୋଷ୍ଟରଗୁଡ଼ିକ ଲଗାଯାଇଛି। ବାଣୀବିହାର , ସତସଙ୍ଗ ବିହାର , ଆଚାର୍ଯ୍ୟବିହାର , ଜୟଦେବ ବିହାର,  ସିଆରପି ଛକ ଭଳି ପ୍ରମୁଖ ଛକ ଗୁଡ଼ିକରେ ପୋଷ୍ଟର ଲାଗାଇଛି ପୋଲିସ୍ ।

ଗତ କିଛିଦିନ ଧରି ଆପାର୍ଟମେଣ୍ଟକୁ ଟାର୍ଗେଟ କରୁଛନ୍ତି ଲୁଟେରା । ଭୁବନେଶ୍ବରର ୧୭ଟି ଫ୍ଲାଟରୁ ବଡ ଧରଣର ଚୋରି ହୋଇଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । ଗତ ଡିସେମ୍ବରରେ  ତମାଣ୍ଡ ଚନ୍ଦକାରୁ ଭରତପୁର, ମଞ୍ଚେଶ୍ବରରୁ ଇନ୍ଫୋସିଟି ସବୁଠି ଲୁଟେରାଙ୍କ  ଲୁଟ ଜାରି ରହିଛି। ଆପାର୍ଟମେଣ୍ଟରେ ରହୁଥିନବା ପ୍ଲାଟଗୁଡ଼ିକୁ ଟାର୍ଗେଟ୍ କରୁଛନ୍ତି ଲୁଟେରା । ଫ୍ଲାଟ୍ ତାଲା ପକାଇ ବାହାରକୁ ଯାଇଥିବା ବେଳେ ପଶି ଲୁଟ୍ପାଟ୍ କରୁଛନ୍ତି । ପ୍ରାୟ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ବି ଲୁଟି ନେଲେଣି ଲୁଟେରା | ଲୁଟ କରି ଫେରାର ବେଳେ  ସିସିଟିଭିରେ ସେଇ ଲୁଟେରା ମାନଙ୍କର ଚିତ୍ର କଏଦ ହୋଇଚି । ସେମାନଙ୍କୁ ଧରିବାକୁ ପୋଷ୍ଟର ମାରିଚି ପୋଲିସ୍ । ପୋଲିସର ମୋଷ୍ଟ ଓ୍ବାଣ୍ଟେଡ୍ ପୋଷ୍ଟର ଲୁଟେରାଙ୍କୁ ଧରିବାରେ କେତେଦୂର ସକ୍ଷମ ହେବ ତାହାହିଁ ଦେଖିବାର ଅଛି । 

Post a Comment

0 Comments