AD

Cold winter in Lamtaput || ଲମତାପୁଟରେ ହାଡ଼ଭଙ୍ଗା ଶୀତ


 

ହାଡ଼ଭଙ୍ଗା ଶୀତରୁ ନିସ୍ତାର ନାହିଁ ଲମତାପୁଟରେ । ଶୀତ ଲହରି ଜାରି ରହିଥିବା ବେଳେ କୁହୁଡି ଜୀବନଯାପନକୁ ଅସ୍ତବ୍ୟସ୍ତ କରିଦେଲାଣି l କୋରାପୁଟର କାଶ୍ମୀର କୁହାଯାଉଥିବା ଲମତାପୁଟରେ ୯ ଡିଗ୍ରୀ ତଳକୁ ରହିଛି ପାରଦ l ୩ ଦିନ କୋହଲା ପାଗ ପରେ ପୁଣି ଶୀତର ଲହରୀ ଜାରି ରହିଛି l ଦିନ ୧୧ଟା ପର୍ଯ୍ୟନ୍ତ ଲମତାପୁଟ ଅଞ୍ଚଳରେ ଶୀତ ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ କୁହୁଡି ସାରା ଅଞ୍ଚଳକୁ ଢାଙ୍କି ରଖୁଛି l 

ଅପରାହ୍ନ ୨ଟା ପରେ ସୂର୍ଯ୍ୟଙ୍କ ଦେଖାମିଳୁନି l କୁହୁଡି ଏତେ ପରିମାଣର ରହିଛି ରାସ୍ତାଘାଟରେ ଗାଡି ଚଳାଇବା ମୁସ୍କିଲ ହୋଇପଡୁଛି l ଘନ କୁହୁଡି ଯୋଗୁଁ ଯାନବାହାନ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଲାଇଟ୍ ଲଗାଇ ଗାଡି ମଟର ଯାତାୟାତ କରୁଛନ୍ତି l ପାଣିପାଗ ବିଭାଗ ସୂଚନା ଅନୁଯାୟୀ ୩୦ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ଏହିଭଳି ଶୀତ ଏବଂ କୁହୁଡି l

Post a Comment

0 Comments