AD

Cold winter in Lamtaput || ଲମତାପୁଟରେ ହାଡ଼ଭଙ୍ଗା ଶୀତ

 



ଲମତାପୁଟରେ  ହାଡ଼ଭଙ୍ଗା ଶୀତ । କୋରାପୁଟର କାଶ୍ମୀର କୁହାଯାଉଥିବା ଲମତାପୁଟରେ 7 ଡିଗ୍ରୀ ତଳକୁ ରହୁଛି ପାରଦ  l  10 ଦିନ ହେଲାଣି ଲମତାପୁଟ ଅଞ୍ଚଳରେ  ଶୀତର ପ୍ରକୋପ ଦେଖିବାକୁ ମିଳୁଛି l ସନ୍ଧ୍ୟା 7 ଟା ବେଳକୁ ରାସ୍ତା ଘାଟ ଶୁନଶାନ ହୋଇପଡୁଛି ।  ଅନ୍ୟପକ୍ଷରେ ଶୀତର ମଜାନେବା ପାଇଁ ଡୁଡୁମା ଜଳ ପ୍ରପାତରେ ପର୍ଯ୍ୟଟକଙ୍କ ଭାରି ଭିଡ଼ ଜମୁଛି l ଦିନରେ 15 ରୁ 20 ଡିଗ୍ରୀ ତାପମାତ୍ରା ରହୁଥିବା ବେଳେ ରାତିରେ 6  ଡିଗ୍ରୀ କୁ ତାପମାତ୍ରା ଖସିଛି l ଶୀତ ସହ ଘନ କୁହୁଡି  ସାରା ଅଞ୍ଚଳକୁ ଢାଙ୍କି ରଖିଛି l  ଦିନ11 ଟା ପର୍ଯ୍ୟନ୍ତ କୁହୁଡି ଛାଡୁ ନଥିବା ବେଳେ ଗାଡି ମଟର ଯାତାୟତରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଡିଚାଳକ । ବିଭିନ୍ନ ସ୍ଥାନରେ ଶୀତରୁ ମୁକ୍ତି ପାଇଁ ନିଆଁ ପୋଉଁଥିବା ଦେଖିବାକୁ ମିଳିଛି ।  ସକାଳୁ ସକାଳୁ ଚାହା ଦୋକାନର ଭିଡ଼ ଶୀତର ଉପସ୍ଥିତିକୁ ଜଣାଇଦେଉଛି ।ବିଭିନ୍ନ ଖେଳପଡିଆରେ ବ୍ୟାୟାମ କରି ଦେହରୁ ଶୀତ ଛଡାଉଛନ୍ତି ଅଞ୍ଚଳ ବାସୀ l  ଆଗକୁ ଆହୁରି ବଢ଼ିପାରେ ଶୀତର ପ୍ରକୋପ l

କିନ୍ତୁ ଶୀତ ବଢିବା ସହ କୋବି ଜାତୀୟ ଫସଲ ଭଲ ହୋଇଛି l ଚାଷୀ ସକାଳୁ ସକାଳୁ ବହୁ କଷ୍ଟ ରେ ମଧ୍ୟ ବଜାରକୁ କୋବି ଆଣି  ବିକ୍ରି କରି ବେଶ ଦୁଇପଇସା ଲାଭ ଉଠାଇ ପାରୁଛନ୍ତି   l

ଶୀତର ସକାଳ ପ୍ରକୃତିର ସୌନ୍ଦର୍ଯ୍ୟକୁ ବାସ୍ତବରେ ବଢ଼ାଇଦେଇଛି ।

Post a Comment

0 Comments