AD

Bomb on police vehicle || ପୋଲିସ ଗାଡି ଉପରକୁ ବୋମାମାଡ଼

 


ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପୋଲିସ ଗାଡି ଉପରକୁ ବୋମାମାଡ଼ । ଅଳ୍ପକେ ବର୍ତ୍ତିଲେ ପୋଲିସ କର୍ମଚାରୀ । ବୁଧବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରିବା ସମୟରେ ୩ ଜଣ ଦୃବୁର୍ତ୍ତ  ପୋଲିସ ଉପରକୁ ବୋମାମାଡ଼ କରିଥିଲେ । ତେବେ ବୋମାଟି ପୋଲିସ ଗାଡ଼ିରେ ନ ବାଜି ଗାଡିଠାରୁ ଟିକିଏ ଦୂରରୁ ପଡିଥିଲା । ସେଥିରେ ସୌଭାଗ୍ୟବଶତ ରକ୍ଷା ପାଇ ଯାଇଥିଲେ ପୋଲିସ କର୍ମଚାରୀ 

ଡେଲାଙ୍ଗ କୁଆପଦା ନିକଟ କୁମୁକା ଜଙ୍ଗଲ ରାସ୍ତାରେ ୩ଜଣ ବ୍ୟକ୍ତି ଲୋକଙ୍କୁ ଅଟକାଇ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ବିଭିନ୍ନ ଜିନିଷ ଲୁଟ କରୁଥିବା ଖବର ପୋଲିସକୁ ମିଳିଥିଲା । ନାଇଟ ପାଟ୍ରୋଲିଂ ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟ କରୁଥିବା ୩ ଲୁଟେରାଙ୍କୁ ଧରିବାକୁ ଚେଷ୍ଟା କରିଥିଲା । ପୋଲିସକୁ ଦେଖି ଲୁଟେରାମାନେ ପୋଲିସ ଗାଡି ଉପରକୁ ଏକ ବୋମା ଫିଙ୍ଗିଥିଲେ। ତେବେ ବୋମାଟି ଗାଡିରେ ନ ବାଜି ଗାଡି ଠାରୁ ଟିକିଏ ଦୂରରୁ ପଡିଥିଲା । ବୋମା  ଫିଙ୍ଗିବା ପରେ ଦୃବୁର୍ତ୍ତ ମାନେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଜଣଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଥିଲା ।

ଗିରଫ ଲୁଟେରା କୁଆପଦା ଗାଁର  ସୁନୀଲ ଜେନା । ସୁନୀଲ ନିକଟରୁ ଗୋଟିଏ ଅଫୁଟା ବୋମା, ଅଫୁଟା ଗୁଳି ସହ ଗୋଟିଏ ବନ୍ଧୁକ ପୋଲିସ ଜବତ କରିଛି ପୋଲିସ । ଗିରଫ ସୁନୀଲକୁ କୋର୍ଟଚାଲାଣ କରି ଘଟଣାର ଟିକନିଖ ତଦନ୍ତ ଜାରି ରଖିଛି ଡେଲାଙ୍ଗ ପୋଲିସ ।

Post a Comment

0 Comments