AD

ଶୁଆ ଚାଲାଣ ରାକେଟ୍‌!



ଶୁଆ ଚାଲାଣ ରାକେଟ୍‌! ବନ୍ୟଜନ୍ତୁ ସଂରକ୍ଷଣ ଆଇନକୁ ଉଲ୍ଲଂଘନ କରି ଛତିଶଗଡ଼, ବିହାର ଓ କୋଲକାତା ଚାଲାଣ କରାଯାଉଛି। ବନବିଭାଗର ଚଢ଼ାଉ ପରେ ୨ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ, ଗତ ୨୧ ତାରିଖ ସଂଧ୍ୟାରେ ବନ୍ଧମୁଣ୍ଡା ଶୀତଳନଗରର ମୁନ୍ନା ସାହୁ (୩୪) ତାଙ୍କର ଜଣେ ନାବାଳକ ସହଯୋଗୀଙ୍କ ସହିତ ମୋଟରବାଇକ୍‌ରେ ୧୦ଟି ଶୁଆ ଶାବକ କଟକ ପଠାଇବାକୁ ସେକ୍ଟର-୨ ବସ୍‌ଷ୍ଟାଣ୍ଡକୁ ଯାଉଥିଲେ। ଏ ସମ୍ପର୍କରେ ସୂଚନା ପାଇ ରାଉରକେଲା ବନାଞ୍ଚଳ ଅଧିକାରୀ ଜ୍ଞାନେନ୍ଦ୍ର ଲିମା, ବନପାଳ ପ୍ରଦୀପ କୁମାର ସାହୁ, ବନରକ୍ଷୀ ରଜତ କୁମାର ମହାନ୍ତି, ଅଲିଅଳ ବେହେରାଙ୍କ ନେତୃତ୍ବରେ ଗଠିତ ଟିମ୍‌ ଇନ୍ଦିରାଗାନ୍ଧି ପାର୍କ ସମ୍ମୁଖରେ ଦୁହିଁଙ୍କୁ ଜଗି ରହିଥିଲେ। ଇନ୍ଦିରାଗାନ୍ଧି ପାର୍କ ଅତିକ୍ରମ କରୁଥିବାବେଳେ ଦୁହିଁଙ୍କୁ ଅଟକାଇ ଯାଞ୍ଚ କରିବାରୁ ମୋଟରବାଇକ୍‌ରୁ ୧୦ଟି ଶୁଆ ଶାବକ ମିଳିଥିଲେ। ଦୁହିଁଙ୍କୁ ପଚରାଉଚୁରା କରିବାରୁ ସେମାନେ ଆଉ ୭୨ଟି ଶୁଆ ଶାବକ ନାଲାରୋଡସ୍ଥ ଭଡ଼ାଘରେ ରହିଥିବା କହିଥିଲେ। ସେମାନଙ୍କ ସୂଚନା ଆଧାରରେ ବନ ବିଭାଗ ଟିମ୍‌ ଭଡ଼ାଘରୁ ଆଉ ୭୨ଟି ଶୁଆ ଶବକ ଉଦ୍ଧାର କରିଥିଲେ। ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲ୍ଲଂଘନ ହୋଇଥିବାରୁ ଦୁହିଁଙ୍କୁ ଗିରଫ କରାଯାଇଛି।


Post a Comment

0 Comments