AD

ରାମଲଲାଙ୍କ ପାଇଁ ଆଠମଲ୍ଲିକ ଉତ୍ସବ ମୁଖର

 



ମର୍ଯ୍ୟାଦାପୁରୁଷ ଶ୍ରୀରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଅବସରରେ ସାରା ଦେଶର ପୁରପଲ୍ଲୀ ଉତ୍ସବମୁଖର ହୋଇ ଉଠିଥିଲା । ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସହରରେ ମଧ୍ୟ ତାର ବିଶେଷ ପ୍ରଭାବ ପରିଲିଖିତ ହୋଇଥଲା । ସୋମବାର  ସକାଳୁ ବିଭିନ୍ନ ଦେବାଳୟ ଗୁଡିକରେ ଦେଖିବାକୁ ମିଳିଥିଲା ଆଧ୍ୟାତ୍ମିକ ପରିବେଶ । ଶ୍ରୀରାମ ମନ୍ଦିର ଗୁଡିକରେ ଯଥା ରୀତିନୀତି ଅନୁଯାଇ ପୂଜାବିଧି ଅନୁଷ୍ଠିତ ହେଇଥିଲା । ଆଠମଲ୍ଲିକ ସହରର ହନୁମାନ ମନ୍ଦିର ନିକଟରୁ ଏକ ବିରାଟ ପଟୁଆର ନଗର ପରିକ୍ରମାରେ ବାହାରି ଥିଲା ।

      ଏଥିରେ  ଆଠମଲ୍ଲିକ ଅଞ୍ଚଳର  ବହୁ ମହିଳା, ପୁରୁଷ, ବୟସ୍କ ମାନେ ସ୍ବତଃପ୍ରବୃତ୍ତ ଭାଗ ନେଇ ସହର  ପରିକ୍ରମା  ଥିଲେ । ଜୟ ଶ୍ରୀରାମ ନାରାରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା । ଘର ଆଗରେ କଳସ ବସାଇ ଦୀପ ଜାଳି ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଲାଲଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଶ୍ରଦ୍ଧାଳୁ ମାନେ ।  ସନ୍ଧ୍ୟା ସମୟରେ ଲୋକମାନେ ନିଜ ଘରେ ଦୁଆର ଆଗରେ ପ୍ରଦୀପ ଜାଳି ସାରା ଅଞ୍ଚଳକୁ ଆଲୋକିତ କରିଥିଲେ ।  

ଅପରାହ୍ନରେ ରାମଲଲାଙ୍କ ଶୋଭାଯାତ୍ରା ହନୁମାନ ମନ୍ଦିରରେ ପହଞ୍ଚିଥିଲା । ଶେଷରେ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରିଥିଲେ । 

Post a Comment

0 Comments