AD

ନାଚି ନଚାଇଲେ ବିଧାୟକ ଦିବ୍ୟଶଙ୍କର

 


ବଡ଼ ନେତାଙ୍କ ଜମାଣିଆ ନାଚ । ବିଜେଡିର ସବୁଠୁ ଲୋକପ୍ରିୟ ନେତା ତଥା ପୂର୍ବତନ ମନ୍ତ୍ରୀ ଓ ଜୁନାଗଡର ବିଧାୟକ ଦିବ୍ୟଶଙ୍କର ମିଶ୍ର ଧୁମ ନାଚିଛନ୍ତି ମଞ୍ଚରେ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାଲୋପଲାରେ ଅନୁଷ୍ଠିତ ବିଜେଡିର ମିଶ୍ରଣ ପର୍ବରେ ଯୋଗଦେଇଥିଲେ ବିଧାୟକ ଦିବ୍ୟଶଙ୍କର । ବିଧାୟକଙ୍କ ନାଚରେ ବେଶ୍ ଉତ୍ସାହିତ ହୋଇ ପଡ଼ିଥିଲେ ଦଳୀୟ କର୍ମୀ । 

ଯାହାର ଭିଡିଓ ଏବେ ଭାଇରାଲ ହୋଇଛି। ଗତ କିଛି ଦିନ ହେଲା ଲୋକଙ୍କ ମନ ଛୁଇଁଥିବା ସମ୍ବଲପୁରୀ ଗୀତ "ରସର ଜାମୁ ଡାଲେ" ଗୀତରେ ସେ କଳାକାରଙ୍କ ସହ ନାଚିଥିଲେ । ତାଙ୍କ ନାଚ ଦେଖି ଉପସ୍ଥିତ ଦଳୀୟ କର୍ମୀ ମାନେ ମଧ୍ୟ ନାଚୁଥିବା ଦେଖିବାକୁ ମିଳିଥିଲା।ଏହି କାର୍ଯ୍ୟକ୍ରମରେ  ପଶ୍ଚିମ ଓଡିଶାର ସୁନାମଧନ୍ୟ ଗାୟକ ସର୍ବେଶ୍ୱର ଭୋଇ ମଧ୍ୟ ଯୋଗଦେଇ ନିଜ ଗୀତରେ ଦଳୀୟ କର୍ମୀଙ୍କୁ ମତୁଆଲା କରିଥିଲେ।

ଜଣେ ଟାଣୁଆ ନେତା ଭାବରେ ଦିବ୍ୟଶଙ୍କର ରାଜ୍ୟରେ ବେଶ୍ ପରିଚିତ । ତାଙ୍କର ଲୋକପ୍ରିୟତା ବିଜେଡି ସଂଗଠନକୁ ବେଶ୍ ସୁଦୃଢ଼ କରିଛି ।

Post a Comment

0 Comments