AD

BJP merger festival || ବିଜେପିର ମିଶ୍ରଣ ପର୍ବ

 



କଟକ ସଦର ନିର୍ବାଚନୀ ମଣ୍ଡଳି ଅନ୍ତର୍ଗତ କିଶନନଗର ମଣ୍ଡଳ ରାମକମରପୁର ଗାଁରେ ବିଜେପିର ମିଶ୍ରଣ ପର୍ବ । କଟକସଦର ବିଜେପି ନେତା ତଥା ରାଜ୍ୟ ବିଜେପି ମିଡିଆ ପ୍ରଭାରୀ ଦିଲ୍ଲୀପ ମଲ୍ଲିଙ୍କ ନେତୃତ୍ୱ ଏବଂ କଟକ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚାର ସଭାପତି ତଥା କଟକସଦର ବିଜେପି ଯୁବନେତା ପ୍ରଦୀପ ବେହେରାଙ୍କ ତତ୍ତ୍ବାବଧାନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଏହି ମିଶ୍ରଣ ପର୍ବରେ ପଚାଶ ରୁ ଉର୍ଦ୍ଧ ବିଜେଡି, କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । 

ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବିକାଶ ରଥରେ ସାମିଲ ହେବା ପାଇଁ ବିଜେପି ଦଳରେ ସାମିଲ ହୋଇଥିବା କର୍ମୀ ମାନଙ୍କୁ ଅନୁସୂଚିତ ଜାତି ମୋର୍ଚାର ରାଜ୍ୟ ସଭାପତି ବିଭୁ ପ୍ରସାଦ ତରାଇ ବିଜେପି ଦଳୀୟ ଓତରି ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ କଟକସଦର ବିଜେପି ର ତୁଙ୍ଗ ନେତୃବୃନ୍ଦ ଉପସ୍ଥିତ ଥିଲେ।

Post a Comment

0 Comments