AD

Bird count has been completed in Malkangiri district || ମାଲକାନଗିରି ଜିଲ୍ଲାରେ ଶେଷ ହୋଇଛି ପକ୍ଷୀ ଗଣନା

 


ମାଲକାନଗିରି ଜିଲ୍ଲାରେ ଶେଷ ହୋଇଛି ପକ୍ଷୀ ଗଣନା । ଚଳିତ ବର୍ଷ ମାଲକାନଗିରି ବନଖଣ୍ଡ ଅଧିନରେ ଥିବା ୧୦ ଟି ସ୍ଥାନରେ ୧୦ ଗୋଟି ଫରେଷ୍ଟ ଟିମକୁ ନେଇ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା । ଗଣନା ପରେ ଜଣାପଡିଛି ଯେ ମୋଟ ୫୫ ପ୍ରଜାତିର ବିଦେଶୀ ପକ୍ଷୀ ଏଥର ମାଲକାନଗିରି ଜିଲ୍ଲା ମୁହା ହୋଇଥିଲେ । ମାଲକାନଗିରି ବନାଞ୍ଚଳର ସତିଗୁଡା ଜଳ ଭଣ୍ଡାର, ମାଥିଲି ବନାଞ୍ଚଳର ଶିବ ସାଗର ଓ ଚିତ୍ରକୋଣ୍ଡା ବନାଞ୍ଚଳର ବାଲିମେଳା ଜଳଭଣ୍ଡାରରେ ସର୍ବାଧିକ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ଗଣନାରୁ ଜଣାପଡିଛି । ବିଗତ ବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ସର୍ବାଧିକ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବାରୁ ବନ ବିଭାଗ ପକ୍ଷୀ ପ୍ରେମୀ ଓ ପରିବେଶବିତ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ପକ୍ଷୀଙ୍କ ସୁରକ୍ଷା ନିମନ୍ତେ ବନ ବିଭାଗ ସବୁ ବେଳେ ସତର୍କତା ଅବଲମ୍ବନ କରୁଥିବା କହିଛନ୍ତି ମାଲକାନଗିରି ବନ ଅଧିକାରୀ ।

Post a Comment

0 Comments