AD

Bear terror in the village || ଗାଁ ଭିତରେ ଭାଲୁ ଆତଙ୍କ



ଗାଁ ଭିତରେ ଭାଲୁ ଆତଙ୍କ । ଗୋଟିଏ କି ୨ଟି ନୁହଁ ୪ଟି ବଡ ବଡ ଭାଲୁ ଆତଙ୍କ ଏବେ ଗାଁରେ । ଦିନ ହେଉ କି ରାତି  କେତେବେଳେ ରାସ୍ତା ଉପରେ  ତ ଆଉ କେତେବେଳେ ଗାଁ ଭିତରେ ପଶୁଛନ୍ତି ଭାଲୁ। ଭୟରେ ଗ୍ରାମବାସୀ ସନ୍ଧ୍ୟା ହେଉ ହେଉ ଘରେ ତାଟି କବାଟ ପକାଇ ଦେଉଛନ୍ତି। 

       ଏମିତି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ର ସିନ୍ଧିଗାଁ, ହାଡ଼ିଆ ଓ ପୁଟ୍ରା ଗାଁରେ।  ଫଳରେ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ରାତିରେ ନିଜ ଘରକୁ ଫେରି ନ ପାଇଁ ଆଉ ଏକ ଗାଁ ରେ ଆଶ୍ରୟ ନେବାକୁ ପଡୁଛି। କେତେବେଳେ ରାସ୍ତା ଉପରେ ଯାତାୟତ କରୁଛି ତ ସନ୍ଧ୍ୟା ରେ ଗାଁ ଲୋକଙ୍କ ଘର ଭିତରେ ପଶୁଛି ଏବଂ ରାତିରେ ରାସ୍ତା ଉପରେ ୪ଟି ଭାଲୁ ଶୋଇ ରହୁଛନ୍ତି। ଆଉ ଏଥିପାଇଁ ଭୟରେ ଗ୍ରାମବାସୀ। ସେପଟେ କିନ୍ତୁ ଏନେଇ ବନ ବିଭାଗ ପାଖରେ ଖବର ନାହିଁ।


Post a Comment

0 Comments