AD

A fight between two servants inside the temple || ଶ୍ରୀମନ୍ଦିର ଭିତରେ ଦୁଇ ସେବାୟତଙ୍କ ଭିତରେ ମାରପିଟ୍‌

 


ଶ୍ରୀମନ୍ଦିର ଭିତରେ ଦୁଇ ସେବାୟତଙ୍କ ଭିତରେ ମାରପିଟ୍‌ । ନୀଳଚକ୍ର ବାନା ବିକ୍ରିକୁ ନେଇ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଛି। ଏହି ଘଟଣାରେ ଦୁଇଜଣ (ଚୁନେରା ସେବାୟତ ଓ ଖୁଣ୍ଟିଆ ସେବାୟତ) ଆହତ ହୋଇଛନ୍ତି।

ମହାପ୍ରଭୁଙ୍କ ନୀଳଚକ୍ର ବାନାକୁ ବିକ୍ରି ନେଇ ଚୁନେରା ସେବାୟତ ଓ ‌ଖୁଣ୍ଟିଆ ସେବାୟତର ଦୁଇ ଜଣଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ଘଟଣା ପରେ ଉଭୟ ସେବାୟତଙ୍କ ମଧ୍ୟରୁ ସିଂହଦ୍ବାର ଥାନାରେ ଅଭିଯୋଗ ହୋଇଛି। ଚୁନେରା ସେବାୟତଙ୍କ କହିବା ଅନୁସାରେ, ବାନା ବିକ୍ରି କରିବାକୁ ନେଇ ସେମାନଙ୍କର ଅଧିକାର ରହିଛି। ସମସ୍ୟାର ସମାଧାନ ନହେଲେ ନୀଳଚକ୍ରରେ ବାନା ବାନ୍ଧିବୁ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ତେବେ ନୀଳଚକ୍ର ବାନା କିଏ ବିକ୍ରି କରିପାରିବେ‌ ସେ ନେଇ ଶ୍ରୀମନ୍ଦିର ପକ୍ଷରୁ ସ୍ପଷ୍ଟ ହୋଇପାରି ନାହିଁ। ଏହି ଘଟଣାକୁ ମନ୍ଦିର ସେବାୟତମାନେ ଗୁରୁତ୍ବର ସହିତ ନନେଲେ ନୀତିକାନ୍ତିରେ ବିଭ୍ରାଟ ହେବାର ଆଶଙ୍କା ।

Post a Comment

0 Comments