AD

You can make transactions up to five lakh rupees on Google Pay, Phone Pay, Paytm || ଗୁଗୁଲ ପେ, ଫୋନ୍ ପେ, ପେଟିଏମରେ ପାଞ୍ଚ ଲକ୍ଷ ଟଙ୍କା ଯାଏ ଟ୍ରାଞ୍ଜାକସନ୍ କରିପାରିବେ

 


ଏଣିକି ଗୁଗୁଲ ପେ, ଫୋନ୍ ପେ, ପେଟିଏମରେ ପାଞ୍ଚ ଲକ୍ଷ ଟଙ୍କା ଯାଏ ଟ୍ରାଞ୍ଜାକସନ୍ କରିପାରିବେ । ଏନେଇ ତ୍ରୈମାସିକ ମୂଦ୍ରାନୀତି ସମୀକ୍ଷା ପରେ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ୟୁପିଆଇରେ ପୂର୍ବରୁ ୧ ଲକ୍ଷ ଟଙ୍କା ଯାଏ ପେମେଣ୍ଟ ହେଉଥିଲା । ବର୍ତ୍ତମାନ କେବଳ ୨ଟି କ୍ଷେତ୍ରରେ ୫ ଲକ୍ଷ ଯାଏ ପେମେଣ୍ଟ କରିପାରିବେ । ଡାକ୍ତରରଖାନା ଓ ଶିକ୍ଷାନୁଷ୍ଠାନ ପାଇଁ ୟୁପିଆଇ ଟ୍ରାଞ୍ଜାକସନ ରାଶିକୁ ଲକ୍ଷେରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି କ୍ରେଡିଟ କାର୍ଡ ରିପେମେଣ୍ଟ, ମ୍ୟୁଚୁଆଲ ଫଣ୍ଡ ସବସ୍କ୍ରିପସନ ଓ ଇନସୁରାନସ ପ୍ରିମିୟମ ପେମେଣ୍ଟ ପାଇଁ ମଧ୍ୟ ୟୁପିଆଇ ମାଧ୍ୟମରେ ଟ୍ରାଞ୍ଜାକସନ ରାଶିକୁ ବୃଦ୍ଧି କରାଯାଇଛି। ଆରବିଆଇ ୧୫ହଜାର ଟଙ୍କାରୁ ଲକ୍ଷେ ଟଙ୍କା ଯାଏ ବୃଦ୍ଧି ଘୋଷଣା କରିଛି ।

ତ୍ରୈମାସିକ ମୁଦ୍ରାନୀତି ସମୀକ୍ଷା ପରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ବଢ଼ିବନି ସୁଧହାର । ରେପୋ ରେଟ ୬.୫ ଓ ରିଭର୍ସ ରେପୋ ରେଟ୍ ୩. ୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ରେପୋ ରେଟ୍ ବଢ଼ି ନଥିବାରୁ ଗୃହ, ଗାଡ଼ି ଲୋନ୍ ଇଏମଆଇ ଆଉ ବଢ଼ିବନି । ସେହିପରି ୨୦୨୪ ଆର୍ଥିକ ବର୍ଷ ପାଇଁ ଜିଡିପି ଦର ୬.୫ ପ୍ରତିଶତରୁ ୭ ପ୍ରତିଶତ ରହିବା ଅନୁମାନ କରିଛି ଆରବିଆଇ ।

Post a Comment

0 Comments