AD

Women police officers have been hit hard by being caught on duty || ଡ୍ୟୁଟି ସମୟରେ ରିଲ୍ସ କରି ମହିଳା ପୋଲିସଙ୍କୁ ପଡ଼ିଛି ମହଙ୍ଗା

 


ରିଲ୍ସ ନିଶା ଯୁବପିଢ଼ୀଙ୍କୁ ଘାରିଛି । ଭୁଲିଯାଉଛନ୍ତି ସ୍ଥାନ, କାଳ, ପାତ୍ର। ସୋସିଆଲ୍‌ ମିଡିଆରେ ବେଳେ ବେଳେ ରିଲ୍ସ ପାଇଁ ନିଜ ଜୀବନକୁ ବି ବିପଦ ମୁଖକୁ ଠେଲି ଦେଉଛନ୍ତି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଆମକୁ ସୁରକ୍ଷା ପ୍ରଦାନ କରୁଥିବା ପୋଲିସ କର୍ମଚାରୀ ମଧ୍ୟ ଭୁଲିଯାଉଛନ୍ତି ମର୍ଯ୍ୟଦା । ଡ୍ୟୁଟି ସମୟରେ ରିଲ୍ସ କରୁଛନ୍ତି ।

ଆଜ୍ଞା ହଁ, ଡ୍ୟୁଟି ସମୟରେ ରିଲ୍ସ କରି ମହିଳା ପୋଲିସଙ୍କୁ ମହଙ୍ଗା ପଡ଼ିଛି । ମହିଳା ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜୋର ଧରିଛି ଦାବି । ତେବେ ବିଶ୍ୱ ଧରୋହର ମହାବୋଧି ମନ୍ଦିର ଏକ ଐତିହାସିକ ମନ୍ଦିର । ଏହି ମନ୍ଦିରରରେ ଦିନ ରାତି ସୁରକ୍ଷାକର୍ମୀମାନେ ନିଯୁକ୍ତି ହୋଇଥାଆନ୍ତି । ସୋସିଆଲ୍‌ ମିଡିଆରେ ଏହି ମନ୍ଦିର ପରିସରରେ ମହିଳା ସୁରକ୍ଷାକର୍ମୀଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି । ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ମହିଳା କର୍ମଚାରୀ ଜଣଙ୍କ ଡ୍ୟୁଟିରେ ଥିବା ସମୟରେ ଏବଂ ବର୍ଦ୍ଦି ପିନ୍ଧି ରିଲ୍ସ କରିଛନ୍ତି ।
ସୁରକ୍ଷା ଦୃଷ୍ଟିକୋଣରୁ ମହାବୋଧି ମନ୍ଦିରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ସାଧାରଣଲୋକଙ୍କୁ ମୋବାଇଲ ନେଇ ଯିବାର ଅନୁମତି ନାହିଁ । କିନ୍ତୁ ମହିଳା ପୋଲିସ କର୍ମଚାରୀଙ୍କୁ ଡ୍ୟୁଟି ସମୟରେ ମହୋବଧି ମନ୍ଦିର ଭିତରକୁ ମୋବାଇଲ ନେବାର ଅନୁମତି ରହିଥିବା ବେଳେ ଏହାର ସୁଯୋଗ ନେଇ ଉଭୟ ମହିଳା ପୋଲିସ୍ କର୍ମଚାରୀ ରିଲ୍ସ ତିଆରି କରିବା ଆରମ୍ଭ କରିଦେଇଛନ୍ତି ।

ସୋସିଆଲ ମିଡିଆରେ ଯାହା ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ angel_simran_1810 ଆଇଡିରେ ଡିସେମ୍ବର ୨ରେ ପୋଷ୍ଟ କରିଥିଲେ । ଯେଉଁଥିରେ ମହିଳା କନଷ୍ଟେବଳ ତାଙ୍କ ସାଙ୍ଗଙ୍କ ସହ ଏକ ଗୀତର ତାଳେ ତାଳେ ନାଚୁଛନ୍ତି । ତେବେ ପୂର୍ବରୁ ବୌଦ୍ଧ ଶ୍ରଦ୍ଧାଳୁ ମହାବୋଧି ମନ୍ଦିର ପରିସରରେ ଫେସବୁକ ଲାଇଭ କରିଥିଲେ ।ଏହି ଘଟଣାକୁ କେନ୍ଦ୍ର କରି ଗୟା ଜିଲ୍ଲାପାଳ ଏସଏମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୌଦ୍ଧ ଶ୍ରଦ୍ଧାଳୁଙ୍କ ମୋବାଇଲ ଜବତ କରି ତାଙ୍କ ନାମରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ମନ୍ଦିର ପରିସରରେ ମହିଳା କନଷ୍ଟେବଳ ଡିୟୁଟି ସମୟରେ ଏପରି ରିଲ୍ସ କରିବା ଘଟଣାକୁ ଗୁରୁତ୍ୱର ସହ ନିଆଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।


Post a Comment

0 Comments