AD

Will the police catch the thief? The police are stealing together with the thief || ପୋଲିସ ଚୋରକୁ ଧରିବ କଣ ଏଠି ନିଜେ ପୋଲିସ ଚୋରଙ୍କ ସହିତ ମିଶି ଚୋରି କରୁଛନ୍ତି

 


ଏଠି ପୋଲିସ ଚୋରକୁ ଧରିବ କଣ ନିଜେ ପୋଲିସ ଚୋରଙ୍କ ସହିତ ମିଶି କରୁଛନ୍ତି ଚୋରି । କଥାଟା ଟିକେ ଆପଣଙ୍କୁ ଅଲଗା ଲାଗିପାରେ କିନ୍ତୁ ଏମିତି ହିଁ ଘଟିଛି । ଖାଲି ଚୋରି ନୁହେଁ ତା ସହିତ ଧମକଚମକ ଆଉ ନାଲି ଆଖି ବି ଦେଖାଉଥିଲେ ।

ମୋବାଇଲ ଛଡାଇ ଦୁଇ ପୋଲିସ କର୍ମୀ ସମେତ ୫ ଜଣ ଗିରଫ ହୋଇଛନ୍ତି । ମୋବାଇଲ ଛଡାଇ ତଥା ଟଙ୍କା ଲୁଟ ଅଭିଯୋଗରେ ଗିରଫ ହେଲେ ପୋଲିସ କର୍ମଚାରୀ । ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ଅଇଁଠାପାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୌତମ କାଲୁ, ସତ୍ୟନାରାୟଣ ପଶାୟତ, ବିଜୟ ପରୁଆ ଓ ବରେଇପାଲି ଥାନାର କନଷ୍ଟେବଲ ସଚିନ୍ଦ୍ର ପୃଷେଠ୍ ଓ ଓଏପିଏଫ ଯବାନ ମୂରଲୀ ବେହେରା ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଅଇଁଠାପାଲି ଥାନା ପାଂଚଗୋଛିଆ ନିକଟରେ ସାହାବ ଉଦ୍ଦିନ ଖାନଙ୍କର ଏକ ପାନ ଦୋକାନ ରହିଛି । ତେବେ ଏହି ପାନ ଦୋକାନରେ ବସିଥିବା ସମୟରେ ବୁଧବାର ଅପରାହ୍ନ ସମୟରେ କିଛି ଯୁବକ ପହଂଚି ଗାଳି ଗୁଲଜ କରିବା ସହ ଜିନିଷ ପତ୍ର ଭଙ୍ଗାରୁଜା କରିଥିଲେ । ସେଥିରେ ପୋଲିସ କର୍ମଚାରୀ ମଧ୍ୟ ସାମିଲ ରହିଥିବା ଅଭିଯୋଗ ହୋଇଥିଲା ।

ତେବେ ଝଗଡାର ଫାଇଦା ଉଠାଇ ଦୁଇ ପୋଲିସ କର୍ମଚାରୀ ମୋବାଇଲ ନେଇଯାଇଥିବା ଅଭିଯୋଗ ହୋଇଥିଲା । ଅନ୍ୟ ୩ ଜଣ ଅଭିଯୁକ୍ତଙ୍କ ସହ ଦୁଇ ପୋଲିସ କର୍ମଚାରୀଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚଲାଣ କରିଛି । ଆପଣ କଣ କହିବେ ଏ ଘଟଣାରେ ଯଦି ପୋଲିସ ଏମିତି କାମ କରିବ ତାହେଲେ ସାଧାରଣ ଲୋକ କେମିତି ସୁରକ୍ଷା ପାଇବେ ।

Post a Comment

0 Comments