AD

Tiger terror in new clothes || ନୂଆପଡାରେ ପୁଣି ବାଘ ଆତଙ୍କ

 



ନୂଆପଡାରେ ପୁଣି ବାଘ ଆତଙ୍କ। କାରରେ ଆସୁଥିବା ବେଳେ ବାଘ ଦେଖି ଭିଡ଼ିଓ କଲେ ଯାତ୍ରୀ । ନୂଆପଡା ଜିଲ୍ଲା କୋମନା ରେଞ୍ଜ ସୁନାବେଡ଼ା ଅଭୟାରଣ୍ୟ ଗଡଗଡା ଘାଟିର ଘଟଣା।ଚାରିଚକିଆ ଗାଡିରେ କିଛି ଲୋକ ମା ସୁନାଦେଇଙ୍କ ଦର୍ଶନ ସାରି ପାହାଡ ତଳକୁ ଓହ୍ଲାଉଥିବା ସମୟରେ ଏକ କଲରାପତରିଆ ବାଘ କାର ସାମ୍ନାକୁ ଚାଲି ଆସିଥିଲା । ଭୟରେ କାର ଚାଳକ ଗାଡ଼ି ଅଟକାଇ ଦେଇ କାଚ ସବୁ ବନ୍ଦ କରି ଚୁପ ହୋଇ ବସି ଯାଇଥିଲେ । ଭୟ ଲାଗୁଥିଲେ ମଧ୍ୟ୍ୟ ସାହସର ସହିତ ନିଜ ମୋବାଇଲରେ ବାଘର ଭିଡ଼ିଓ ଉଠାଇ ଥିଲେ । କିଛି ସମୟ ରହିବା ପରେ ବାଘଟି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ବାଘ ଚାଲି ଗଲା ପରେ ପୁଣି ସାହସର ସହିତ ପାହାଡ ତଳକୁ ଆସିଥିଲେ । ବର୍ତମାନ ବାଘ ର ଭିଡିଓ ଏ ମୋବାଇଲ ରୁ ସେ ମୋବାଇଲ କୁ ଘୁରି ବୁଲୁଛି । 

ଏହି ଦେଖିଲା ପରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଗଡ଼ଗଡା ସହ ଚେରେଛୁଆଁ ଓ ଜାମଗାଁ ଆଖପାଖର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କିଛିଦିନ ପୂର୍ବେ ଧରମବନ୍ଧା ସେକ୍ସନ ସିଲିଆରିବାହାରା ଗାଁ ରୁ ଏକ କାଳରାପତରିଆ ବାଘ କୁ ଧରି ସମ୍ବଲପୁର ଚିଡିଆଖାନା କୁ ପଠା ଯିବା ପରେ କୁକୁଡାଟାଲ ରେ ମଧ୍ୟ୍ୟ ଗୋଟିଏ ବାଘ ପଥର ଉପରେ ବସିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବନ ବିଭାଗ ଖବର ରଖିଥିବା ସୂଚନା ଦେଲେ ଏସିଏଫ ସଂଜୀବ ବନଗୋଲା।

Post a Comment

0 Comments