AD

Thieves wearing jeans, jackets and masks are walking around the capital || ରାଜଧାନୀରେ ଜିନ୍ସ, ଜ୍ୟାକେଟ ଓ ମାସ୍କ ପିନ୍ଧି ବୁଲୁଛନ୍ତି ଚୋର

 


ସାବଧାନ ରାଜଧାନୀରେ ସମ୍ଭ୍ରାନ୍ତ ବେଶରେ ବୁଲୁଛନ୍ତି ଚୋର । ଜିନ୍ସ ଜ୍ୟାକେଟ ସହ ମୁହଁରେ ମାସ୍କ ପିନ୍ଧି ସରକାରୀ କ୍ବାର୍ଟର୍ସରେ ବୁଲାଇଦେଲେ କଳାକନା । ମଞ୍ଚେଶ୍ବର ରେଲଓ୍ବେ କଲୋନୀ B 15/2 କ୍ବାର୍ଟର୍ସ ରୁ ବଡ ଧରଣର ଚୋରି ହେବା ସିସିଟିଭିରେ ଧରାପଡିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶି ସୁନା ମୁଦି ସହ ୨୮ ହଜାର ଟଙ୍କା ଚୋରି କରିନେଇଗଲେ ଜିନ୍ସ ପିନ୍ଧା ସମ୍ଭ୍ରାନ୍ତ ବେଶଧାରୀ ଚୋର । ଘର ମାଲିକ ରଞ୍ଜନ କୁମାର ସିଂ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଦେଖି ଚୋରଙ୍କୁ ଖୋଜୁଛି । ତେବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଲାଗିରହିଛି ।

Post a Comment

0 Comments