AD

There is a long line to see the Lord || ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ଲମ୍ବା ଲାଇନ୍


 

ବଡ଼ଦିନ ଅବସରରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଳି । ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ଲମ୍ବା ଲାଇନ୍ ଲଗାଇଛନ୍ତି ଭକ୍ତ । ଡିସେମ୍ବର ୨୫ସୁଦ୍ଧା ଏସି ଟନେଲ ପୂର୍ଣ୍ଣ କାର୍ଯ୍ଯକ୍ଷମ ହେବା ନେଇ ଟାର୍ଗେଟ ଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରିନଥିବାରୁ ପୁରୁଣା ବେରିକେଡ ଦେଇ ଜଗା ଦର୍ଶନ କରୁଛନ୍ତି ଭକ୍ତ । ରାତି ଗୋଟାଏ ୪୦ମିନିଟରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ହୋଇଛି । ଭୋର ୫ଟା ୩୦ ମିନିଟରେମଙ୍ଗଳ ଆଳତୀ କରାଯାଇ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ସାନିଧ୍ୟ ଗ୍ରହଣ କରୁଛନ୍ତି ଶ୍ରଦ୍ଧାଳୁ । ଅନ୍ୟପଟେ ପୁରୀରେ ଘନ କୁହୁଡି ଯୋଗୁ ଦୀର୍ଘ ସମୟ ଧରି ନୀଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ ।

 

Post a Comment

0 Comments