AD

The minor girl was seriously injured in the lamp fire || ଦୀପରୁ ନିଆଁ ଲାଗି ନାବାଳିକା ଗୁରୁତର

 


ଜଗନ୍ନାଥ ମନ୍ଦିରରେ ଦୀପରୁ ନିଆଁ ଲାଗି ଜଣେ ନାବାଳିକା ପୋଡ଼ି ଯାଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ  ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୀଡ଼ିତା ନାବାଳିକାଙ୍କ ଘର ହାଇଦ୍ରାବାଦ ଅଞ୍ଚଳରେ ବୋଲି ସୂଚନା ମିଳିଛି। ଏଣେ ଶ୍ରୀମନ୍ଦିର ସାମ୍ନାରେ ବୁଲା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। ଏକ ଛୋଟ ଶିଶୁକୁ ଏକ ବୁଲା କୁକୁର କାମୁଡ଼ି ଦେଇଛି। ଉକ୍ତ ଦୁଇ ବର୍ଷର ଶିଶୁର ଆଖିକୁ କାମୁଡ଼ି ଦେଇଛି ବୁଲା କୁକୁର। ଏହାପରେ ତାର ଆଖିରୁ ଝରଝର ରକ୍ତ ବୋହୁଛି। ଶିଶୁକୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ଗରୁଡ଼ ସ୍ତମ୍ଭ ନିକଟରେ କୁକୁରଟି ଶୋଇଥିଲା। ଶ୍ରୀମନ୍ଦିର ସାମ୍ନାରେ ଶିଶୁଟି ଖେଳୁଥିଲା।  ହଠାତ୍ କାମୁଡ଼ି ଦେଇଥିଲା ଶିଶୁକୁ  ।


Post a Comment

0 Comments